କୋରାପୁଟ

ସୁନାବେଡାଠାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ-୨୦୧୮ ଉଦଘାଟିତ

କୋରାପୁଟ ; ତା୦୬-୦୫-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସୁନାବେଡାଠାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ-୨୦୧୮ ଉଦଘାଟିତ ହୋଇଯାଇଛି।ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ହସ୍ତଶିଳ୍ପ ପ୍ରଦର୍ଶନୀର ଆନୁଷ୍ଠାନିକ ଭାବେ ଉଦଗାଟନ କରିଥିଲେ।ଅନଲାଇନ ମାଧ୍ୟମରେ ଲୋକମାନେ ବିଭିନ୍ନ ସାମଗ୍ରୀ କ୍ରୟ କରୁଥିଲେ ମଧ୍ୟ ପ୍ରଦର୍ଶନୀ ଦ୍ୱାରା ଅଧିକା ସଂଖ୍ୟାରେ ଲୋକମାନେ ଆସି ନିଜ ମନ ପସନ୍ଦର ସାମଗ୍ରୀ କ୍ରୟ କରୁଥିବା ନଜର ରହିଛି।ଅରୂପା ଦ୍ୱାରା ଆୟୋଜିତ ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ସହରରୁ ଆସିଥିବା ହସ୍ତଶିଳ୍ପ ଲୋକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।ଉଦଘାଟନୀ ଉତ୍ସବରେ ସୁନାବେଡା ପୈାର ପରିଷଦର ଅଧ୍ୟକ୍ଷା ଶୁଭ୍ରଶ୍ରୀ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ, ସୁନାବେଡା ହାଲର ସିନିୟର ମ୍ୟାନେଜର ସୂର୍ଯ୍ୟକାନ୍ତ ରାଉତ ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ।ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ଚାଲିବ ବୋଲି ଅରୂପାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଥିଲେ।୮୦ ଟି ଷ୍ଟଲ ନିର୍ମାଣ କରାଯାଇଛି ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ହସ୍ତଶିଳ୍ପୀ ଓ ସ୍ୱୟଂ ସହାୟକ ମହିଳାମାନେ ସେମାନଙ୍କର ସାମଗ୍ରୀ ପ୍ରଦର୍ଶିତ କରିବା ସହ ବିକ୍ରୀ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ।ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଜ୍ଞନ, ମେହେନ୍ଦି, ସଂଗୀତ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top