“ସୁଧା’”ପକ୍ଷରୁ ଅନୁଷ୍ଠିତ ବିଶିଷ୍ଟ ଔପନାସିକ, ଗାଳ୍ପିକ ତଥା ଲେଖକ ଅମିତଲାଲ୍ ନାଗରଙ୍କ ଜନ୍ମ ଶତବର୍ଷିକ ଉଦ୍ ଯାପିତ

ପୁରୀ ୮/୫  (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)  ରାଜ୍ୟସ୍ତରୀୟ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ “ସୁଧା” ପକ୍ଷରୁ ବିଶିଷ୍ଟ ଔପନାସିକ, ଗାଳ୍ପିକ ତଥା ଲେଖବ ଅମି୍ରତଲାଲ ନାଗର୍ ଙ୍କ ଜନ୍ମ ଶତବାର୍ଷିକ ସ୍ଥାନୀୟ ୟୁଥ ହଷ୍ଟେଲ ସଭାଗୃହରେ ଉଦ୍ ଯାପିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ରଚନା, ବକ୍ତୃତା, ଚିତ୍ରକଳା, ଫ୍ୟାନ୍ସି ଡ୍ରେସ୍, ନାଟକ, ନୃତ୍ୟନାଟିକାରେ କୃତି ପ୍ରତିଯୋଗୀ ମାନଙ୍କୁ ଉଦ୍ ଯାପିତ ଦିବସରେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀ ରଞ୍ଜନ ସାହୁ ମୁଖ୍ୟ ଅତିଥି, ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଫୁଲ କୁମାର ସାମନ୍ତରାୟ, ପ୍ରଫେସର ଅଦ୍ୱିତ ଚରଣ ଧଳ, ଡ. ରମାକାନ୍ତ ରଥ, ଲେଖିକା ଡ. ଚାରୁଲତା ଦାଶ, ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ ଇଭେଣ୍ଟ- ସ୍ୟାଣ୍ଡ ଆନିମେସନ୍ ୨୦୧୩ ଫାଇନାଲିଷ୍ଟ ସନ୍ତୋଷ କୁମାର ଘଟୁଆରୀ, ବରିଷ୍ଟ ସାହିତ୍ୟିକା ସୁବାସିନୀ ଧଳ, ହରେକୃଷ୍ଣ ଜେନା, କବି ହଟ୍ଟକିଶୋର ମଲ୍ଲିକ ପ୍ରମୁଖ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗୀତାରେ ବକ୍ତୃତା ସିନିୟର ବିଭାଗରେ ସରସ୍ୱତୀ ଶିଶୁମନ୍ଦିର ବଉଳମଠ ଲେନର ନିଲେଶ କୁମାର ବେହେରା ୧ମ, ଦିବ୍ୟକାନ୍ତ ପଣ୍ଡା ୩ୟ ଓ ଶ୍ରୀବିହାର ଶିଶୁ ମନ୍ଦିରର ପଲ୍ଲବୀ ଆଚାର୍ଯ୍ୟ ୨ୟ ଏବଂ ଜୁନିୟର ବିଭାଗରେ ସେଣ୍ଟ ଜାଭିୟର ହାଇସ୍କୁଲ ହରେକୃଷ୍ଣ ପୁରର ପଦ୍ମାଳୟା ମହାପାତ୍ର ୧ମ, କ୍ରିଷ୍ଣାକିରଣ ଦିକ୍ଷୀତ୍ ୨ୟ, ଶ୍ରୀବିହାର ଶିଶୁ ମନ୍ଦିର ସଂଘମିତ୍ରା ବେହେରା ୩ ୟ ସ୍ଥାନ ଅଧିକାର କରିଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାରେ ୮ମରୁ ୧୦ମ ଶ୍ରେଣୀ ସ୍ତରରେ ସରସ୍ୱତୀ ଶିଶୂ ବିଦ୍ୟାମନ୍ଦିର ଘୋଡାÿବଜାରର ରତିକାନ୍ତ ଲେଙ୍କା ୧ମ ଏବଂ ଶୁଭଲକ୍ଷ୍ମୀ ରାଉତ ୩ୟ, ବିଶ୍ୱମ୍ବର ବିଦ୍ୟାପୀଠର ପୂଜା ଦାସ ୨ୟ, କେନ୍ଦ୍ରୀୟ ବିଦ୍ୟାଳୟର ସୁଶ୍ରୀ ସୁଦିପ୍ତା ପାଢ଼ୀ ଏବଂ ଡ଼ି.ଏ.ଭି ପବ୍ଳିକ ସ୍କୁଲର ଅମ୍ରିତ କୁମାର ଘୋଚାଲ ୧ମ ଏବଂ ସାଇଲିପ୍ତା ଦାସ ୩ୟ, ବ୍ଲେସଡ଼ ସାକ୍ରମେଣ୍ଟ ହାଇସ୍କୁଲର ସ୍ୱୟଂ ମିଶ୍ର ୨ୟ ଏବଂ ସାଇନୋ ମହାନ୍ତି ୩ୟ ସ୍ଥାନ ଅଧିକାର କରିଛନ୍ତି। ୫ମ ଶ୍ରେଣୀ ସ୍ତରରେ ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରତ୍ୟୁଷ କୁମାର ସାହୁ ୧ମ, କ୍ରିଷ୍ଣା କିରଣ ଦିକ୍ଷିତ୍ ୨ୟ, କେନ୍ଦ୍ରୀୟ ବିଦ୍ୟାଳୟ ଦୁଦୁଲ ମହାନ୍ତି ୨ୟ, ସେଣ୍ଟଜାଭିୟର ହାଇସ୍କୁଲର ପଦ୍ମାଳୟା ମହାପାତ୍ର ୩ୟ ସ୍ଥାନ ଅଧିକାର କରିଛନ୍ତି। ୩ୟ ଏବଂ ୪ର୍ଥ ଶ୍ରେଣୀ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟର ଅନ୍ମେଶ ସୁନ୍ଦର ରାୟ ୧ମ, ଶ୍ରୀଜଗନ୍ନାଥ ଶିଶୁ ବିହାର ଅଶ୍ୱନୀ କୁମାର ମିଶ୍ର୨ୟ, ବ୍ଳେସଡ଼ ସାକ୍ରମେଣ୍ଟ ହାଇସ୍କୁଲ ସୀତାଶଂ ରାଉତ ୩ୟ ସ୍ଥାନ ଅଧିକାର କରିଥିବାର ଜଣାପଡ଼ିଛି। ନାଟକ ଗ୍ରୁଫ ବିଭାଗରେ ଉତ୍କଳମଣି ଶିକ୍ଷା ମନ୍ଦିର ଶ୍ରୀରାମମନ୍ଦିର ମାର୍ଗ ୧ମ ଓ ଶ୍ରୀବିହାର ଶିଶୁ ମନ୍ଦିର ୨ୟ ସ୍ଥାନ ଅଧିକାର କରିଛନ୍ତି। “ସୁଧା”ର ଅଧ୍ୟକ୍ଷ ଶ୍ରୀ ସଂଜୟ କୁମାର ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *