ସୁଦର୍ଶନ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ଉନ୍ମୋଚନ ଉତ୍ସବ

କେନ୍ଦ୍ରାପଡା ୩୦/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଠାକୁରହାଟସ୍ଥିତ ସୁଦର୍ଶନ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ଉନ୍ମୋଚନ ଉତ୍ସବ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାରଦା କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିବା ସହିତ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀଙ୍କୁ ଏକାଠି କରି ବର୍ଷକ ତଳେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିବାବେଳେ ଆଜି ସ୍ମରଣିକା ଉନ୍ମୋଚନ ଉତ୍ସବ ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ସେହି ଅବିସ୍ମରଣୀୟ ସ୍ମୃତି ବିଜଡିତ ଅତୀତକୁ ରୋମନ୍ଥନ କରିବାର ଏକ ସୁଯୋଗ ସେମାନଙ୍କୁ ମିଳିଛି ବୋଲି କହିଥିଲେ। ବିଦ୍ୟାଳୟର ପୁରାତନ ଶିକ୍ଷକମାନେ କିଭଳି ତ୍ୟାଗ ସ୍ୱୀକାର କରି ଏହି ଶିକ୍ଷାନୁଷ୍ଠାନକୁ ଗଢିଥିଲେ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ସେହି ଏ÷÷୍ୟତିହ୍ୟ ପରମ୍ପରା ଓ ସଂସ୍କୃତିକୁ ଅବଗତ ହେବାପାଇଁ ଏହି ସ୍ମରଣୀକା ସେମାନଙ୍କ ପାଇଁ ଏକ ସବୁର୍ଣ୍ଣ ସୁଯୋଗ ବୋଲି ମୁଖ୍ୟ ଅତିଥି ଅଭିବ୍ୟକ୍ତି ରଖିଥିଲେ। ଉତ୍ସବରେ ମୁଖ୍ୟବକ୍ତାଭାବେ ବିଶିଷ୍ଟ ବୈଜ୍ଞାନିକ ଡଃ. ପ୍ରହଲ୍ଲାଦ ନାୟକ, ସମ୍ମାନୀତ ଅତିଥିଭାବେ ଡେରାବିଶ ବ୍ଲକ ଶିକ୍ଷା ଅଧିକାରୀ ସୁରମା ମହାପାତ୍ର, ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଚ୍ୟୁତାନନ୍ଦ ପୃଷ୍ଟି ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ତଥା ସାମ୍ବାଦିକ ମାତୃଦତ୍ତ ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ହୃଷିକେଶ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମାଜସେବୀ ମରୁତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା “ସ୍ମୃତିତୀର୍ଥ” କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ଜିଲ୍ଲାସ୍ତରୀୟ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର କୃତୀ ସଂସ୍କୃତ ଶିକ୍ଷକ ହୃଷିକେଶ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ବରାଳ ଓ ସମାଜସେବୀ ବସନ୍ତ କୁମାର ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ, ଉପଢୈାକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ରମେଶ କୁମାର ନାୟକ, ନିରାକାର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *