ସୁକିନ୍ଦା ବିଧାୟକଙ୍କ ରଣନୀତିରେ ବିରୋଧି ଧରାଶାୟୀ

ଯାଜପୁର-୧୮/୧୦(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ସୁକିନ୍ଦା ବିଧାୟକ ଯୁବ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ରଣନୀତି ସମ୍ମୁଖରେ ସୁକିନ୍ଦା ବିଜେଡି ବିରୋଧି ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ଗତ ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା ହରିପୁରି ଓ ବର୍ତ୍ତଣ୍ଡା ପଂଚାୟତ ନିର୍ବାଚନର ଭୋଟ ଗଣତି ହୋଇଥିଲାବେଳେ ଉଭୟ ପଂଚାୟତରେ ବିଜେଡି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ଯାହା ବିଜେଡି ଶିବିରରେ ଉଲ୍ଲାସ ଭରିଥିଲାବେଳେ ବିରୋଧି ଶିବିରରେ ନୈରଶ୍ୟ ଛାଇ ଦେଇଛି। ଏ ବିଜୟ ପରେ ବିଧାୟକ କହିଛନ୍ତି ସୁକିନ୍ଦାବାସୀ ବିଜୁ ଜନତା ଦଳ ସହ ଅଛନ୍ତି ଓ ରହିବେ ଏବଂ ସୁକିନ୍ଦାବାସୀଙ୍କ ଆମ ଦଳ ଓ ମୋ ପ୍ରତି ଭଲପାଇବା ଆଗରେ ମୋ ମୁଣ୍ଡ ନଇଁ ଯାଉଛି।

Leave a Reply

Your email address will not be published. Required fields are marked *