ସୁକିନ୍ଦା ବିଧାୟକଙ୍କ ମିଶନ ମିଶ୍ରଣ ; ବିଜେଡିରେ ସାମିଲ ହେଲେ ବଜେପି କର୍ମୀ

ଯାଜପୁର-୨୭/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ସୁକିନ୍ଦା ବିଜେଡିର ଦାନଗଦୀ କାର୍ଯ୍ୟାଳୟରେ ଠାରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଂଜନ ଘଡେଇଙ୍କ ଉପସ୍ତିରେ ଦେଉଳକଣ ପଂଚାୟତର ବିଜେପି କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ଘଡେଇ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ଏହି ଅବସରରେ ମିଶିଥିବା କର୍ମୀମାନେ ନିଜର ବକ୍ତବ୍ୟରେ କହିଛନ୍ତି ବିଜେଡି ସଭାପତି ତଥା ଓଡିଶା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ରାଜ୍ୟରେ ଚାଲିଥିବା ବିକାଶଧାରା ସହ ଆମ ଅଂଚଳର ଯୁବ ବିଧାୟକଙ୍କର କାର୍ଯ୍ୟଦକ୍ଷତା ଓ ଆମ ଅଂଚଳର ବିକାଶକୁ ପାଥେୟ କରି ଆମେ ମାନେ ବିଜେପି ଛାଡି ବିଜେଡି ରେ ସାମିଲ ହୋଇଛି । ଏମାନଙ୍କ ଯୋଗଦାନ ସୁକିନ୍ଦା ବିଜେଡି ସଂଗଠନକୁ ମଜବୁତ କରିବ ବୋଲି ବିଧାୟକ ନିଜର ବକ୍ତବ୍ୟରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୩୮ନମ୍ବର ଜୋନ ଜିଲାପରିଷଦ ସଭ୍ୟା ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ଦାନଗଦୀ ବ୍ଲକର ଯୁବ ବଜେଡି ଉପ ସଭାପତି ନରୋତ୍ତମ ବେହେରା,ଦେଉଳକଣ ପଂଚାୟତ ଯୁବ ବିଜେଡି ସଭାପତି ସୁରେଶ ଚନ୍ଦ୍ର ମହାନ୍ତ,ସାରଙ୍ଗପୁର ପଂଚାୟତର ଯୁବ ବିଜେଡି ସଭାପତି ପ୍ରଦୀପ ନାୟକ,ସାସ୍ୱତ ବେହୁରା ସମେତ ବହୁ କର୍ମୀମାନେ ଉପସ୍ତିତ ଥିଲେ ।

Leave a Reply

Your email address will not be published. Required fields are marked *