ଜିଲ୍ଲା ପରିକ୍ରମା

ସୁକିନ୍ଦା ବିଧାୟକଙ୍କ ଅଭିନବ ଉଦ୍ୟମ ; ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ଜଣେଜଣେ ଉତମ ଛାତ୍ରଛାତ୍ରୀ ଭାବେ ଗଢି ତୋଳିବାକୁ ମୋର ଲକ୍ଷ

ଯାଜପୁର-୨୬/୯(ଓଡିଆ ପୁଅ/ଏ.ରାଉତ) ଶିଳ୍ପ ନଗରୀ ସୁକିନ୍ଦାରେ ଶିକ୍ଷାର ଗୁଣାତ୍ମକ ମାନରେ ବୃଦ୍ଧି ସହିତ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଅର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ଜଣେଜଣେ ଉତମ ଛାତ୍ରଛାତ୍ରୀ ଭାବେ ଗଢିତୋଳିବାକୁ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଉଦ୍ୟମ ଆରମ୍ଭ କରିଛନ୍ତି। ସୋମବାର ଦିନ ସୁକିନ୍ଦା କଲେଜରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୫ଟି କଲେଜର ଅଧ୍ୟକ୍ଷଙ୍କୁ ନେଇ ବିଧାୟକ ଏକ ବୈଠକର ଆୟୋଜନ କରିଥିଲେ। ଉକ୍ତ ବୈଠକରେ ସୁକିନ୍ଦା କଲେଜର ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ମାନ କିଭଳି ବୃଦ୍ଧି ହେବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବର୍ତମାନ ସମୟରେ ସୁକିନ୍ଦାର ବିଭିନ୍ନ କଲେଜରେ ୪ ହଜାର ୩ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲାବେଳେ ସେମାନଙ୍କ ମଧ୍ୟରୁ ୬୫ ଭାଗ ହେଉଛନ୍ତି ଛାତ୍ରୀ। ଏହା ସହିତ ବହୁ ଗରିବ ପିଲା ମଧ୍ୟ ଏହି ମହାବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଛନ୍ତି। ଏହି ଗରିବ ପିଲାମାନଙ୍କ ପରିବାର ଆର୍ଥି ସ୍ୱଚ୍ଛଳତାରୁ ଦୂରରେ ରହିଥିଲାବେଳେ ଏମାନଙ୍କର ପାଠ ପଢିବାରେ ସମସ୍ୟା ଦେଖାଦେଉଛି। ଫଳରେ ବହୁ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କୁ ବାଛି ପ୍ରଥମେ ସେମାନଙ୍କ ପରିବାରକୁ ସ୍ୱଚ୍ଛଳ କରିବାକୁ ବିଧାୟକ ଉଦ୍ୟମ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ। ଆଲୋଚନା ସମୟରେ ତିନି ଦିନ ମଧ୍ୟରେ ପ୍ରତି ମହାବିଦ୍ୟାଳୟରୁ ଶ୍ରେଷ୍ଠ ୧୦ ଜଣ ଛାତ୍ରଛାତ୍ରୀଙ୍କ ନାମ ସହିତ ପ୍ରତି କଲେଜର ୫୦ ଜଣ ଆର୍ଥିକ ଅନର୍ଗସର ଛାତ୍ରଛାତ୍ରୀଙ୍କ ନାମ ଓ ପ୍ରତି କଲେଜର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ବିଭିନ୍ନ ବିଭାଗରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହିତ ଆଗାମି ଦିନରେ ମାସର ଗୋଟିଏ ଦିନ ବିଭିନ୍ନ କଲେଜରେ ସ୍ୱାସ୍ଥ୍ୟ ସଚେତନତା ଉପରେ ଆଲୋଚନା ଚକ୍ର ସହିତ ପରିବେଶ ସୁରକ୍ଷା ଉପରେ ମଧ୍ୟ ଆଲୋଚନା ଚକ୍ର ଆୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ତାଲିକା ଆସିଲାପରେ ବିଭିନ୍ନ କଲେଜର ପ୍ରାୟ ୫ଶହ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ଆର୍ଥିକ ଅନଗ୍ରସର ପିଲାଙ୍କ ପରିବାରକୁ ସ୍ୱଚ୍ଛଳକରି ଯେଉଁ ପିଲାମାନେ ଖେଳକୁଦ, ଚିତ୍ରାଙ୍କନ ଆଦିରେ ପାରଦର୍ଶୀ ସେମାନଙ୍କୁ ଅଧିକ ଶିକ୍ଷା ପ୍ରଦାନ କରିବାକୁ ଉଦ୍ୟମ ହେବ ବୋଲି ବିଧାୟକ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top