ସୁକିନ୍ଦା ବିଜେପିକୁ ଆଉ ଗୋଟେ ଝଟକା ; ବିଜେପି ଛାଡି ବିଜେଡିରେ ମିଶିଲେ ପୂର୍ବତନ ସରପଂଚ ସମେତ ଶତାଧିକ କର୍ମୀ

ଯାଜପୁର-୧୪/୯(ଓଡିଆ ପୁଅ/ଏ.ରାଉତ) ସୁକିନ୍ଦା ବିଜେପି କୁ ଆଉ ଗୋଟେ ଝଟକା ଲାଗିଛି ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବର୍ତଣ୍ଡାଞ୍ଚପଂଚାୟତର ପୂର୍ବତନ ସରପଂଚଞ୍ଚ ତଥା ଯୁବନେତା ଜିତେନ୍ଦ୍ର କୁମାର ସାହୁ ତାଙ୍କର ସମର୍ଥକ ମାନଙ୍କ ସହିତ ବିଜେପି ଛାଡି ବିିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେଡିରେ ଯୋଗଦେବା ପରେ ନିଜର ପ୍ରତିକ୍ରିୟାରେ ସେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟକରି ବିଜେଡିରେ ଯୋଗଦାନ କରିଥିବାର କହିଛନ୍ତି । ବିଜେପିର କଥା ଓ କାମ ମଧ୍ୟରେ ଯଥେଷ୍ଟ ପ୍ରଭେଦ ରହିଥିବାରୁ ବିଜେପି ଓଡିଶା ବାସୀଙ୍କ ସ୍ୱାର୍ଥପୂରଣ କରିପାରିବ ନାହିଁ ବୋଲି ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି । ବୁଧବାର ଅପରାହ୍ନରେ ସେ ଶ୍ରୀ ସାହୁଙ୍କ ସମେତ ବର୍ତଣ୍ଡା ପଂଚାୟତର ବହୁ କଂଗ୍ରେସ ଓ ବିଜେପି ନେତା ପ୍ରଫୁଲ୍ଲ ଘଡାଇଙ୍କ ଉପସ୍ଥିତିରେ ବିଜୁଜନତା ଦଳରେ ଯୋଗନାନ କରିଛନ୍ତି । ଜିତେନ୍ଦ୍ର ସାହୁଙ୍କ ସମେତ ଭରତ ସାହୁ, ପ୍ରହଳ୍ଲାଦ ପତି, ଦୟାନିଧି ଦାସ,ଅଗାରୀ ସାହୁ, ବିନୋଦ ବିହାରୀ ଖୁଂଟିଆ , ପ୍ରକାଶ ଖୁଂଟିିଆ, ବିମ୍ବାଧର ଖୁଂଟିିଆ, ଘନଶ୍ୟାମ ସାହୁ, ନିରଞ୍ଜନ ସାହୁ, କୁଳମଣୀ ସାହୁ, ଗୋବର୍ଦ୍ଧନ ସାହୁ, ନିଗମାନନ୍ଦ୍ ପରିଡା, ଦିଲିପ ଖୁଂଟିିଆ, ଭ୍ରମରବର ଖୁଂଟିିଆ, ଦୁର୍ଯେଧନ ଖୁଂଟିିଆ. ରଞ୍ଜିତ ସାହୁ, ତରୁଋ ସାହୁ, ଲୁଣ ସାହୁ, ନବଘନ ସାହୁ, ବାବୁଲି ନାଟିଆ , ବାବୁଲା ଖୁଂଟିିଆ,ଧନେଶ୍ୱର ପାଣିଗ୍ରାହୀ, ଘନଶ୍ୟାମ ପରିଡା ପ୍ରମୁଖ ବିଜୁଜନତା ଦଳରେ ଯୋଗଦେିଛନ୍ତି । ଏହି ମିଳନ ପର୍ବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଢେଇଙ୍କ ସମେତ ବ୍ଳକ ଅଧ୍ୟକ୍ଷ ପଦ୍ମାବତୀ ଜେନା, ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ରାଜ୍.ପୂର୍ବତନ ଅଧ୍ୟକ୍ଷ ବିଶ୍ୱଜିତ୍ ଦାସ,ଯୁବତେନା ଭରତଭୂଶଷ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *