ସୁକିନ୍ଦା; ତୈଳଦର ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓଲାଇଲା ବିଜେଡି

ଯାଜପୁର-୮/୯(ଓଡିଆ ପୁଅ/ଏ.ରାଉତ) ତୈଳଦର ବୃଦ୍ଧି ଯୋଗୁ ଏହାର ପ୍ରଭାବ ପରିବହନ ଉପରେ ପଡୁଥବା ଯୋଗୁ ଖାଦ୍ୟପେୟ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦର ବଡିଚାଲିଛି। ଏହାର ପ୍ରତିବାଦରେ ସୁକିନ୍ଦା ବିଜେଡି, ଯୁବବିଜେଡି, ଛାତ୍ରବିଜେଡି ଓ ମହିଳା ବିଜେଡି ତରଫରୁ ଶନିବାର ଦିନ ନିର୍ବାଚନ ମଣ୍ଡଳୀର ବିଭିନ୍ନି ପ୍ରେଟୋ୍ରଲ୍ ପମ୍ପରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା କରାଯାଇଛି। ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ପ୍ରଦୀପ କୁମାର ମହାନ୍ତଙ୍କ ନେତୃତ୍ୱ ରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ଓ ଡୁବୁରି ସମେତ ସମେତ ବିଭିନ୍ନ ପେଟ୍ରୋଲ୍ ପମ୍ପ ମାନଙ୍କରେ ବିଜେଡି ଦଳତରଫରୁ ଶାନ୍ତିପୂର୍ଣ୍ଣ ଧାରଣା କରାଯାଇଥିଲା। ବାଇକ୍ ଆରୋହୀ ଓ ଅନ୍ୟାନ୍ୟ ଗାଡିଚାଳକ ମାନଙ୍କୁ ତୈଳଦର ବୃଦ୍ଧି ସଂପର୍କରେ ଏକ ସଚେତନତା ଭିତ୍ତିକ ପ୍ରଚାର ପତ୍ର ଦିଆଯାଇଥିଲା। ଏହି ଅବସରରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ଜିଲାପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତ, ସରୋଜିନୀ ରାଜ, ସୁକିନ୍ଦା ବ୍ଲକ ଯୁବ ବିଜେଡି ସଭାପତି ଦେବୀ ପ୍ରସାଦ ମହାନ୍ତି, ଦାନଗଦୀ ବ୍ଲକ ଯୁବ ବିଜେଡି ସଭାପତି ମହେଶ୍ୱର ଗୁରୁ, ପ୍ରଶାନ୍ତ ରାୟ, ପ୍ରଫୁଲ୍ଲ ରାୟ, ହଳଧର ନାୟକ, ପ୍ରଦୀପ ନାୟକ, ସାସ୍ୱତ ବେହୁରା, ସୁଜିତ ରାଉତ, ସମେତ ବିଜେଡିର ବହୁ ଯୁବ ଛାତ୍ର ମହିଳା କର୍ମୀମାନେ ଏଥିରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *