ସୁକିନ୍ଦାବାସୀଙ୍କ ତରଫରୁ ବିଧାୟକଙ୍କୁ ଧନ୍ୟବାଦ ; ଓସ୍ତପାଳ ସ୍ୱାସ୍ଥ୍ୟମେଳା: ଶେଷ ଦିନରେ ୩୬୮୮ ରୋଗୀ ଚିକିତ୍ସିତ

ଯାଜପୁର – ୨୯/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଦାନଗଦି ବ୍ଲକ୍ ୮ନଂ ଜୋନର ଓସ୍ତପାଳଠାରେ ଚାଲିଥିବା ମେଗା ସ୍ୱାସ୍ଥ୍ୟମେଳାର ଅନ୍ତିମ ଦିନରେ ମୋଟ୍ ୩୬୮୮ଜଣ ରୋଗୀଙ୍କର ରୋଗ ପରୀକ୍ଷଣ କରାଯିବା ସହ ରୋଗୀ ମାନଙ୍କୁ ମାଗଣାରେ େଔଷଧ ବଣ୍ଟନ କରାଯାଇଛି। ସ୍ଥାନୀୟ ବିଧାୟକ ପ୍ରୀତିରଂଜନ ଘଡାଇ ଆଜି ମଧ୍ୟ ସ୍ୱାସ୍ଥ୍ୟମେଳାରେ ଉପସ୍ଥିତ ରହିଥିବା ବେଳେ ନିର୍ବାଚନ ମଣ୍ଡଳି ଯୁବ ବିଜେଡି ସଭାପତି ପ୍ରଦୀପ କୁମାର ମହାନ୍ତି ଉପସ୍ଥିତ ରହି ରୋଗୀ ମାନେ କିଭଳି ଶାନ୍ତିଶୃଖଠଳା ସହ ରୋଗ ପରୀକ୍ଷଣ କରିପାରିବେ ତାହର ତଦାରଖ କରିଥିଲେ। ଶେଷ ଦିନରେ ରୋଗୀ ମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବାବେଳେ ସ୍ଥାନୀୟ ଟମକା ପୁଲିସ୍ ଉପସ୍ଥିତ ରହି ଶାନ୍ତିଶୃଖଂଳା ରକ୍ଷା କରିଥିବାବେଳେ ବ୍ଲକ୍ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ, ସୁକିନ୍ଦା ବ୍ଲକ୍ ଅଧ୍ୟକ୍ଷା ପଦ୍ମାବତୀ ଜେନା, ଉପାଧ୍ୟକ୍ଷ ସୁଧାଂଶୁ ଭଂଜ, ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ରାଜ, ଭାଗ୍ୟଲକ୍ଷ୍ମୀ ରାଉତ, ସ୍ୱର୍ଣପ୍ରଭା ମଲ୍ଲିକ, ଯୁବନେତା ମହେଶ୍ୱର ଗୁରୁ, ସୁରେଶ କୁମାର ମହାନ୍ତ, ପ୍ରଦୀପ କୁମାର ନାୟକ, ସେକ ଅବତାର ଅଲ୍ଲୀ ସୌମ୍ୟରଂଜନ ମହାପାତ୍ର, ଦ୍ୱାରୀକାନାଥ ଦାସ, ସିଲୁ ନନ୍ଦି ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ବିଧାୟକଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ସାଧୁବାଦ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *