ଜିଲ୍ଲା ପରିକ୍ରମା

ସୁଆର ନିଯୋଗ ସେବା ସମ୍ମାନ ଉତ୍ସବ

ପୁରୀ:୧/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସୁଆର ମହାସୁଆର ନିଯୋଗର ବୈକୁଣ୍ଠ ସେବା ସମ୍ମାନ ମହୋତ୍ସବ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଯାଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରି କହିଲେ ଯେ ହୁଣ୍ଡି ତଥା ଦାନ ସୂତ୍ରରୁ ମିଳୁଥିବା ଅର୍ଥ ଶ୍ରୀ ମନ୍ଦିର ପରିଚାଳନା ସମ୍ଭବ ହେଉନାହିଁ। ଏଣୁ ମନ୍ଦିର ପରିଚାଳନା ଓ ସେବାୟତ କଲ୍ୟାଣ ପାଇଁ କର୍ପସଫଣ୍ଡ ଗଠିତ ହେବ ବିଭିନ୍ନ ସ୍ଥାନରେ ଥିବା ଖଣି ଗୁଡ଼ିକୁ ଅତିଆରକୁ ଅଣାଯାଇ ଶ୍ରୀ ମନ୍ଦିର ରାଜସ୍ୱ ବୃର୍ଦ୍ଧି ପାଇଁ ଯୋଜନା କରାଯିବା ସହ ସେବକ ମାନଙ୍କ ମଧ୍ୟରେ ଉତ୍ନମ ସମନୋୟ ରହିଲେ। ନୀତିକୀନ୍ତି ତ୍ୱାରାନ୍ୱିତ ହେବ ବୋଲି ସେ ଆଶା ବ୍ୟକ୍ତ କରିଲେ। ନିଯୋଗର ସଭାପତି ଦାମଦର ମହାସୁଆର ଅଧ୍ୟକ୍ଷତା କରି ଶ୍ରୀ ମନ୍ଦିର ଦୈନ ଦିନ ପରିଚଳନା ନେଇ ପୂର୍ବରୁ ରହିଥିବା ବୁଧବାର କମିଟିକୁ ପୁନର୍ବାର କାର୍ଯ୍ୟକ୍ରମ କରାଇବାକୁ ମୁଖ୍ୟ ପ୍ରଶାସନଙ୍କ ଦୃଷ୍ଠି ଆକର୍ଷଣ କରିଥିଲେ। ସମ୍ପାଦକ କୃର୍ଷ୍ଣ ଚନ୍ଦ୍ର ସାମନ୍ତରାୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସକ ମାନଙ୍କୁ ସମ୍ବର୍ଦ୍ଦିତ କରାଯାଥିଲା। ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ ଚିନ୍ମୟ ମହାନ୍ତି, ଡ଼ାକ୍ତର ସୁଭାସ ରଥ ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ସେବକମାନଙ୍କ ଆଚରଣ ଓ ଉଚାରଣ ମାର୍ଜିତ ହେଲେ ସେମାନେ ଶ୍ରଦ୍ଧାଳୁଙ୍କ ପ୍ରିୟ ହୋଇପାରିବେ ବୋଲି ମତ ଦେଇଥିଲେ। ଶ୍ରୀ ମନ୍ଦିର ପରିଚାଳାନ କମିଟି ସଦସ୍ୟ ଅନନ୍ତ ତିଆଡ଼ି ନିଯୋଗ ପ୍ରାକ୍ତନ ସଭାପତି ଭଗବାନ ସୁଆର ଉତ୍ସବରେ ମଚାଂସିନ ଥିଲେ ଏହି ଅବସରରେ ନିଯୋଗର ସଭାପତି, ସମ୍ପାଦକ, ବରିଷ୍ଠ ସେବାୟତ ଓ କେତକ ସେବାୟତଙ୍କୁ ନିଯୋଗ ପକ୍ଷରୁ ମରଣୋତର ଭାବେ ବୈକୁଣ୍ଠ ସେବାସମ୍ମାନ ପ୍ରଦାନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top