ଓଡ଼ିଶା

ସୁଆରମାନେ ମନଇଚ୍ଛା ଦର ନେଇପାରିବେ ନାହିଁ: ଆନନ୍ଦ ବଜାରରେ ନିର୍ମିତ ହେବ ୪୦ସେଡ୍: ଥାଳି ଦରରେ ମିଳିବ ମହାପ୍ରସାଦ

ପୁରୀ:୧୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିରରେ ଭକ୍ତଙ୍କୁ କିଭଳି ଉଚିତ୍ ମୂଲ୍ୟରେ ମହାପ୍ରସାଦ(ଅଭଡା) ମିଳିବ। ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ନିଯୋଗର ଏକ ମିଳିତ ବୈଠକରେ ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ରଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଛି। ଏଣିକି ସୁଆରମାନେ ମନଇଚ୍ଛା ଦର ନେଇପାରିବେ ନାହିଁ। ଜଣେ ଭକ୍ତ ଚାହିଁଲେ ଥାଳି ଦରରେ ଅଭଡା କିଣି ସେବନ କରିପାରିବେ। ଥାଳି ଦର ୭୦ଟଙ୍କାରୁ ଆରମ୍ଭ ହେବ ସେହିଭଳି ୮୦ଟଙ୍କା ଓ ୧୨୦ଟଙ୍କା ଦୁଇ ପ୍ରକାର ଦର ମଧ୍ୟ ରହିବ। ଯେଉଁ ଥାଳିରେ ଅଣ ମହାପ୍ରଦସାଦ ରହିବ ତାହାର ତାଲିକା ଝୁଲାଇ ଦିଆଯିବ। ସେହିଭଳି କୁଡୁଆ ଫଟୋ ସହିତ ଦର ତାଲିକା ଆନନ୍ଦ ବଜାର ସମେତ ବାଇଶି ପାହାଚ ଶ୍ରୀମନ୍ଦିର ଚାରିଦୁଆରରେ ଲଗାଯିବ। ଆନନ୍ଦ ବଜାରରେ ସୁଆରମାନେ ମନଇଚ୍ଛା ଜରି ପାଲ ଟାଣି ପାରିବେ ନାହିଁ। ଏହା ଦ୍ୱାରା ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବାରୁ ଆନନ୍ଦ ବଜାର ଭିତରେ ୪୦ଟି ସେଡ୍ ନିର୍ମାଣ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ବୈଠକରେ ରୋଷଘର ଚୁଲା ଲାଇସେନ୍ସକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା। ଲାଇସେନ୍ସ ବଦଳରେ ସୁଆରମାନଙ୍କୁ ଚୁଲା ଅଧିକାର କଥା ଉଠିଥିଲା। ସୁଆରଙ୍କ ଚୁଲା ଅଧିକାର ବର୍ଷିକିଆ ଭିତ୍ତିରେ ଦିଆଯିବ। କୌଣସି ଅଣସେବକ ଯେମିତି ମନ୍ଦିର ଭିତରେ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ। ସେନେଇ କଟକଣା ଜାରି କରାଯିବ। ବାସୀ ମହାପ୍ରସାଦ ବିକି୍ରି ଉପରେ କଡା କଟକଣା ଜାରି ହେବ। ମହାପ୍ରସାଦର ଗୁଣବତ୍ତା ପ୍ରତି ଧ୍ୟାନ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top