ସୁଆମ ଛକ ହନୁମାନ ପୀଠରେ ପଣାସଂକ୍ରାନ୍ତି

ପାଟଣା,ତା୧୪/୦୪(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ସୁଆମ ଶାସନ ଛକଠାରେ ସ୍ଥାପିତ ହନୁମାନ ପୀଠରେ ଆଜି ପଣାସଂକ୍ରାନ୍ତି ଉସôବ ଧୁମଧାମରେ ଅନୁଷ୍ଠିତ ହୋଇଛି । ଭବ୍ୟ କଳସ ଯାତ୍ରା ବୈତରଣୀରୁ ଆସିବା ପରେ ଭଜନକୀର୍ତ୍ତନ ମଧ୍ୟରେ ପୂଜକ ଜିତେନ୍ଦ୍ର ମିଶ୍ର ଓ ରାଜବଲ୍ଲଭ ମିଶ୍ର, କର୍ତ୍ତା ରତ୍ନାକର ନାଏକ ଓ ମଞ୍ଜୁଲତା ନାଏକଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରିଥିଲେ । ସର୍ବଶ୍ରୀ ଗୌରୀରଞ୍ଜନ ମିଶ୍ର, ଗିରିଜାରଞ୍ଜନ ମିଶ୍ର, କେଦାରନାଥ ଦାଶ, ଭାଗିରଥି ଦାଶ, ଅଂଶୁମାନ ମିଶ୍ର ଓ ବୀରମୋହନ ଦ୍ୱିବେଦୀ ପ୍ରମୁଖ ସମୂହ ହନୁମାନ ଚାଳିଶା ପାଠ କରିଥିଲେ । ପୂଜା କମିଟି ପକ୍ଷରୁ ବିବେକାନନ୍ଦ ଦାଶ, ବୀରମୋହନ ଦ୍ୱିବେଦୀ, ବାବୁ ପରିଡା ଓ ଅଜୟ ପରିଡା ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଆମ ହନୁମାନ ପୀଠକୁ ଆଗନ୍ତୁକ ଅନୁ୍ୟନ ୫ହଜାର ଶ୍ରଦ୍ଧାଳୁଙ୍କୁ ପଣା ଓ ପ୍ରସାଦ ବିତରଣ କରାଯାଇଥିବା ବେଳେ ସନ୍ଧ୍ୟାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଛି ।

Leave a Reply

Your email address will not be published. Required fields are marked *