ସୀମାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିଷ୍ପୋରଣରେ ୨ ଜବାନ ସହୀଦ

ମାଲକାନଗିରି, ୯ା୭ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସୀମାନ୍ତ ଛତିଶଗଡ ରାଜ୍ୟ କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ୨ ଜଣ ଜବାନ ସହିଦ ହୋଇଛନ୍ତି। ଆଜି ସକାଳେ କାଙ୍କେର ଜିଲ୍ଲା ପାଖାଞ୍ଜର ଥାନା ନିକଟବର୍ତ୍ତୀ ଗ୍ରାମକୁ ବିଏସଏଫ ଜବାନମାନେ ସର୍ଚ ଅପରେସନରେ ଯାଇଥିଲେ, ସେମାନେ ସର୍ଚ ଅପରେସନ ସାରି ମୋଟର ସାଇକେଲ ଯୋଗେ ଜବାନ କ୍ୟାମ୍ଫ ନିକଟକୁ ଫେରୁ ଥିବାବେଳେ ଜବାନ ମାନଙ୍କୁ ଟାର୍ଗେଟ କରି ପାଖାଞ୍ଜର ରାସ୍ତା ମଝିରେ ଥିବା ଏକ କଲଭର୍ଟରେ ମାଓବାଦୀମାନେ ଆଗରୁ ପୋତିଥିବା ଲ୍ୟାଣ୍ଡମାଇନଟି ହଠାତ ବିଷ୍ଟୋରଣ ହୋଇଯାଇଥିଲା। ଏହି ବିଷ୍ପୋରଣରେ ଆଗରେ ଥିବା ଜବାନଙ୍କ ମୋଟର ସାଇକେଲଟି ଦୂରକୁ ଛିଟିକି ପଡି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା, ସେହି ମୋଟର ସାଇକେଲରେ ବସିଥିବା ୨ଜଣ ଜବାନ ସନ୍ତୋଷ ଲକ୍ଷ୍ମଣ ଓ ନିତ୍ୟାନନ୍ଦ ନାୟକ ଦୁଇଜଣ ରାସ୍ତାର କିଛି ଦୂରକୁ ଛିଟିକି ପଡି ଗୁରତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଅନ୍ୟ ଜବାନମାନେ ହସ ପିଟାଲକୁ ନେବା ସମୟରେ ସେମାନଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି। ପୁର୍ବରୁ ମାଓବାଦୀମାନେ କଲଭର୍ଟରେ ଲ୍ୟାଣ୍ଡମାଇନ ଫିଟକରି ଜବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଲୁଚି ରହିଥିଲେ। ଜବାନଙ୍କ ମୋଟର ସାଇକେଲ ଉକ୍ତ କଲଭର୍ଟ ନିକଟରେ ପହଁଚିବା ପରେ ମାଓବାଦୀମାନେ ଲ୍ୟଣ୍ଡମାଇନ ବିଷ୍ପୋରଣ କରିଥିଲେ। ବିଷ୍ପୋରଣରେ ଜବାନମାନେ ସହୀଦ ହେବାପରେ ଘଟଣା ସ୍ଥଳରେ ଅଧିକ ଜବାନ ପହଁଚି କଂମ୍ବି ଅପରେସନ ଆରମ୍ଭ କରିଦେଇଛନ୍ତି। ଏହି ସହିଦ ଜବାନଙ୍କ ମଧ୍ୟରେ ନିତ୍ୟାନନ୍ଦ ନାୟକଙ୍କ ଘର ଓଡିଶାରେ ବୋଲି ଜଣାପଡିଛି। ସୀମାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିଷ୍ପୋରଣରେ ୨ଜବାନ ସହୀଦ ଘଟଣାରେ ମାଲକାନଗିରି ଛିତିଶଗଡ, ଆନ୍ଧ୍ର ସୀମାନ୍ତକୁ ସିଲ କରିଦିଆ ଯାଇ ଜିଲ୍ଲା ପୁଲିସ ବିଏସଏଫ ଜବାନମାନଙ୍କ ପକ୍ଷରୁ ଯୋରଦାର ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ଇଲାକାରେ କଂମ୍ବି, ସର୍ଚ ଅପରେସନ ଚାଲିଥିବାର ପୁଲିସ ସୁତ୍ରରୁ ଜଣାପଡିଛି। ସହିଦ ୨ ଜବାନଙ୍କୁ ଜିଲ୍ଲା ହେର୍ଡକ୍ବାର୍ଟକୁ ନିଆଯାଇ ବିଏସଏଫ ଅଧିକାରୀମାନେ ରାଷ୍ଟ୍ରୀୟ ସମ୍ମାନ ଜଣାଇବାପରେ ସେମାନଙ୍କ ମୃତ ଶରୀରକୁ ସେମାନଙ୍କ ନିଜ ଗାଁକୁ ପଠାଇବାର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *