ଜିଲ୍ଲା ପରିକ୍ରମା

ସୀମାରେ ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଅଭିଯୋଗରେ ଯବାନ ଗିରଫ

ମାଲକାନଗିରି,୧୫ା୧୦(ଓଡିଆ ପୁଅ ) ଦେଶ ସୁରକ୍ଷା ସହ ସନ୍ତ୍ରାସବାଦ ଓ ମାଓବାଦୀ ମାନଙ୍କୁ ଦମନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ବିଭିନ୍ନ ଅଚଂଳରେ ଯବାନ ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଯବାନ ମାନେ ନିଜ ଜୀବନକୁ ବାଜି ଲଗାଇ କର୍ତବ୍ୟପାଳନ କରି ଦେଶପାଇଁ ସହୀଦ ହୋଇ ଯାଉ ଥିବାବେଳେ ଜଣେ ଯବାନ ନିଜର ସ୍ୱାର୍ଥପାଇଁ ଦେଶ ଦ୍ରୋହୀ ପାଲଟି ମାଓବାଦୀ ମାନଙ୍କୁ ନିଜ କ୍ୟାମ୍ପରୁ ଲୁଚାଇ ଆସ୍ତ୍ର ଶସ୍ତ୍ର ଯୋଗାଇବା ଘଟଣା ସମଗ୍ର ଦେଶରେ ମୁଖ୍ୟ ଚର୍ଚାର ବିଷୟ ପାଲଟିଛି । ଏମିତି ଏକ ଦେଶଦ୍ରୋହୀଙ୍କୁ ସୀମାନ୍ତ ଛତିଶଗଡ ରାଜ୍ୟ ପୁଲିସ ଗିରଫକରିଛନ୍ତି । ମାଲକାନଗିରି ଜିଲ୍ଲାସୀମାନ୍ତ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲା କାଚଲି ଠାରେ ଥିବା ସିଆରପିଏଫ କ୍ୟାମ୍ପର ରାଜୁ  କୁଜୁର ନାମକ ଜଣେ ଯବାନ ନିୟମିତ ଭାବେ ଯବାନ ମାନଙ୍କ ଅସ୍ତ୍ର ଶସ୍ତ୍ର ଗୋଳାବାରୁଦ ଛତିଶଗଡ ଦରଭା ମାଓଡିଭିଜନ କୁ ଗୁପ୍ତ ଭାବେ ଚାଲାଣ କରିଥାନ୍ତି । କ୍ୟାମ୍ପରୁ ଗୋଳାବାରୁଦ, ଅସ୍ତ୍ର ଶସ୍ତ୍ର ଧିରେ ଧିରେ କମୁଥିବାର ଦେଖି କ୍ୟାମ୍ପର ଉଚ୍ଚକତୃପକ୍ଷ ଓ ଅନ୍ୟଯବାନ ମାନେ ଆଶ୍ଚଯ୍ୟ ର୍ ହୋଇ ପଡିଥିଲେ । ସେମାନେ ଅତି ଚତୁରତାର ସହିତ ରାତ୍ରରେ ଛକି ରହିବାରୁ ଏହି ଅସ୍ତ୍ର ଶସ୍ତ୍ର କମିବାର ରହସ୍ୟପଦାକୁ ଆସିଥିଲା । ସେହି କ୍ୟାମ୍ପରେ ରହୁଥିବା ଯବାନ ରାଜୁ ନିଜ ଶୋଇବା ଘରେ ଲୁଚାଇରଖିଥିବା ଗୋଳାବାରୁଦ ଓ ଅସ୍ତ୍ର ଶସ୍ତ୍ର ଗୁଡିକୁ ରାତ୍ରରେ କ୍ୟାମ୍ପ ତାରବାଡ ଡେଇଁ ପାରହୋଇ ଜଙ୍ଗଲରେ ମାଓବାଦୀ ମାନଙ୍କୁ ଦେଇଥାନ୍ତି । ଏହାକୁ କ୍ୟାମ୍ପର ଅଧିକାରୀ ମାନେ ଜାଣିପାରି ଯବାନଙ୍କୁ ଗିରଫ କରିଛନ୍ତି । ଆଜି ଗିରଫ ଯବାନଙ୍କୁ କ୍ୟାମ୍ପକୁ ନେଇ କିପରି ଗୋଳାବାରୁଦ, ଅସ୍ତ୍ର ଶସ୍ତ୍ର ଲୁଚାଇ ମାଓବାଦୀ ମାନଙ୍କୁ ଦେଉଥିଲେ ତାହା ପୁଲିସ ଆଗରେ ଡେମୋ ପ୍ରଦର୍ଶନକରିଛନ୍ତି । ଛତିଶଗଡ ପୁଲିସ ଉକ୍ତ ଯବାନଙ୍କୁ ଗିରଫକରି ଅସ୍ତ୍ର ଶସ୍ତ୍ର ଗୋଳାବାରୁଦ ଚୋରାଇବା ଓ ମାଓବାଦୀଙ୍କ ସହ ସଂପର୍କରଖିବା ଅଭିଯୋଗରେ କୋର୍ଟ ଚାଲାଣ କରିଛନ୍ତି । ସଜା ଓ ସୁନ୍ଦର ଭାବେ ଆଲୋକମାଳା ଦର୍ଶକ ମାନଙ୍କୁ ଆକୃଷ୍ଟ କରିଛି । ଆଜି ଠାରୁ ବିଭିନ୍ନ ପୁଜା ମଣ୍ଡପନିକଟରେ ଭକ୍ତ ଓ ଦର୍ଶକମାନଙ୍କ ଭିଡ ଲାଗି ଯାଇଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top