ସୀମାରେ ମାଓବାଦୀ ପୁଲିସ ଗୁଳିବନିମୟ ମାଓବାଦୀ କମାଣ୍ଡର ମୃତ, ଗୋଳାବାରୁଦ ଜବତ

ମାଲକାନଗିରି, ୮ା୨ (ଓଡିଆ ପୁଅ ) ସୀମାନ୍ତ ଦନ୍ତେଓ୍ୟାର୍ଡା ଜିଲ୍ଲାସ୍ଥ କୋଣ୍ଡାସବାଲି ଜଙ୍ଗଲରେ ମାଓବାଦୀ ପୁଲିସ ଗୁଳିବନିମୟରେ ଜଣେ ମାଓବାଦୀ କମାଣ୍ଡର ମୃତ୍ୟୁ ହେବାସହ ବନ୍ଧୁକ ଗୋଳାବାରୁଦ ଓ ମାଓସାମଗ୍ରୀ ଜବତ ହୋଇଛି। ଆଜି ସକାଳେ ଜିଲ୍ଲାପୁଲିସ, ସିଆଇଏସଏଫ ଜବାନ, ମିଳିତ କଂମ୍ବି ଅପରେସନ ରେ ଯାଉଥିବା ସମୟରେ ହଟାତ କୋଣ୍ଡାସବାଲି ଜଙ୍ଗଲରୁ ମାଓବାଦୀ ମାନେ ଗୁଳିଚାଳାଇଥିଲେ, ପାଲଟା ଜବାବରେ ପୁଲିସ ପକ୍ଷରୁ ଗୁଳିଚାଳନାକରା ଯାଇଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଟାଂଧରି ଗୁଳି ବିନମୟ ହୋଇଥିଲା।ପୁଲିସ ଗୁଳିରେ ମାଓବାଦୀ ଦଳମର ମାଓବାଦୀ ମିଲିଟାରୀ କମାଣ୍ଡର ଜଣଙ୍କର ମୃତ୍ୟୁ ହୋଇଛି। ମାଓବାଦି କମାଣ୍ଡର ର ମୃତ୍ୟୁ ହେବା ଦେଖି ଅନ୍ୟମାଓବାଦୀ ମାନେ ଛତ୍ର ଭଙ୍ଗଦେଇ ଜଙ୍ଗଲରେ ଲୁଚିପଳାଇଥିଲେ।ଏହି ଗୁଳି ବିନମୟରେ ଅଧିକ ମାଓବାଦୀ ମୃତାହତ ହୋଇଥିବାର ପୁଲିସ ସନ୍ଦେହ କରି ଖାନ ତଲାସି ଜାରି ରଖିଛନ୍ତି। ୩୦୧୫ ବୋର ରାଇଫଲ ସହିତ ଅନ୍ୟାନ ମାଓସାମଗ୍ରୀ ସେହି ଜଙ୍ଗଲରୁ ମିଳିଥିବାର ଜଣାପଡିଛି। ଜିଲ୍ଲାପୁଲିସ ପକ୍ଷରୁ ସେହି ଜଙ୍ଗଲ ଅଚଂଳରେ କଂମ୍ବିଅପରେସନ ସହିତ ସର୍ଚ ଅପରେସନ ଯୋରଦାର ଚାଲିଛି, ମୃତ ମାଓବାଦୀଙ୍କର ସଠିକ ପରିଚୟ ମିଳିନାହିଁ, ଏହା ଦୁର୍ଗମ ଘଚଂଜଙ୍ଗଲ ହୋଇଥିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସଠିକ ବିବରଣୀ ହସ୍ତଗତ ହୋଇନଥିବାର ନକ୍ସଲ ଅପରେସନ ଏଏସପି ଜି.ଏନ.ବାଗେହେଲ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *