ଜିଲ୍ଲା ପରିକ୍ରମା

ସୀମାରେ ପୁଣି ମାଓବାଦୀ ମାତିଲେ, ୧୦ଚକିଆ ଟ୍ରକ ୫ଟି ପୋଡିଲେ

ମାଲାକନଗିରି,୧୦ା୮ (ଓଡିଆ ପୁଅ ) ସୀମାନ୍ତ ଛତିଶଗଡ ରାଜ୍ୟରେ ମାଓହିଂସା ଥମିବା ବଦଳରେ ଦିନକୁ ଦିନ ବଢି ଚାଲିଛି,କେତେବେଳେ ପୁଲିସ,ଜବାନଙ୍କ ଗୁଳିରେ ମାଓବାଦୀ ନିହତ ହେଲେଣିତ ଆଉ କେତେବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜବାନ ସହିଦ ହେଲେଣି,ସୁକୁମା ଜିଲ୍ଲାରେ ପୁଲିସ ଏନକାଉଟଂରେ ୧୬ ମାଓବାଦୀ  ନିହତ ହେବା ଘଟଣାରେ ମାଓବାଦୀ ମାନେ ପ୍ରତିଷୋଧ ପରାୟଣ ହୋଇପଡିଛନ୍ତି । ସେମାନେ ସିଧାସଳଖ ଭାବେ ଆକ୍ରମଣ କରି ନପାରି ରାସ୍ତାରେ ଚଳାଚଳ କରୁଥିବା ଯାନ ବାହନଗୁଡିକ ରେ ନିଆଁ ଲଗାଇ ପୋଡି ଦେଉଛନ୍ତି । ଆଜି ଭୋରୁ ଦନ୍ତେଓ୍ୟାର୍ଡା ଜିଲ୍ଲାରେ ପୁଣି ମାଓବାଦୀ ମାନେ ୫ଟି ୧୦ଚକିଆ ଟ୍ରକରେ ନିଆଁଲଗାଇ ପୋଡିଦେଇଥିବାର ଜଣାପଡିଛି । ଗତ କାଲି ଦନ୍ତେଓ୍ୟାର୍ଡା ବାଚେଲି  ଜାତୀୟ ରାଜପଥ ରେ ଚଳାଚଳ କରୁଥିବା ଦୁଇଟି ଯାତ୍ରୀବାହୀ ବସ ଗୋଟିଏ ଟ୍ରକ ରେ ନିଆଁଲଗାଇ ପୋଡିଦେଇ ଥିଲେ । ଏହି ବସ ପୋଡିର ୧୨ଘଟାଂ ନ ଯାଉଣୁ ପୁଣି ମାଓବାଦୀ ମାନେ ଦନ୍ତେଓ୍ୟାର୍ଡା କମାଲୁର ରାସ୍ତାରେ ଏକ ଟ୍ରନ୍ସପୋର୍ଟ କମ୍ପାନିର ଅଟକି ରହିଥିବା ୫ଟି ୧୦ଚକିଆ ଟ୍ରକରେ ନିଆଁ ଲଗାଇଦେଇଛନ୍ତି । ଆଜି ବଢିଭୋରୁ ସାଧା ପୋଷକରେ ପ୍ରାୟ ୫୦ରୁ ଉର୍ଦ୍ଦ ମାଓବାଦୀ ସେହି ଟ୍ରକ ନିକଟରେ ପହଁଚି ପ୍ରଥମେ ଟ୍ରକ ଚାଳକ କ ମାନଙ୍କୁ ବାନ୍ଧିପକାଇ ଥିଲେ ।ସେଠାରେ ଥିବା ଲେବର ମାନେ ଏହାରପ୍ରତିବାଦ କରିବାରୁ ସେମାନଙ୍କୁ ମାଡମାରି ଘଉଡାଇଦେଇ ଟ୍ରକର ଡିଜେଲ ଟାଙ୍କିଭାଙ୍ଗି ସେଥିରୁ ଡିଜେଲ କାଡି ଟ୍ରକରେ ଢାଳି ନିଆଁ ଲଗାଇ ପୋଡି ଦେଇଥିଲେ । ୫ଟି ଯାକ ଟ୍ରକ ପୋଡି ଗଲାପରେ ଲାଲସଲାମ ସ୍ଲୋଗାନଦେଇ ଜଙ୍ଗଲ ମଧ୍ୟକୁ ପଳାଇଥିଲେ । ସୁଚନା ଯୋଗ୍ୟ ଯେ ଗତ ୪ଦିନ ମଧ୍ୟରେ ସୁକୁମା, ଦନ୍ତେଓ୍ୟାର୍ଡା,ବଚେଲି ଅଚଂଳରେ ପ୍ରାୟ ୯ଟି ଗାଡି ପୋଡିସାରିଲେଣି । ଆଜି ସକାଳେ ପୁଲିସ ଓ ଜବାନ ମାନେ ଘଟଣାସ୍ଥଳରେ ପହଁଚି ପୋଡା ଟ୍ରକ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top