ଜିଲ୍ଲା ପରିକ୍ରମା

ସୀମାନ୍ତ ସାବେରୀ ନଦୀପାର ହୋଇ ଦରଭାଡିଭିଜନ ମାଓବାଦୀଙ୍କ ମାଲକାନଗିରି ମୁହାଁ, ତୁଳଶିପାହଡରେ ଆହତ ମାଓବାଦୀଙ୍କ ଚିକିତ୍ସା

ମାଲକାନଗିରି,୨୪ା୪ (ଓଡିଆ ପୁଅ ) ସୀମାନ୍ତ ଛିତଶଗଡ ରାଜ୍ୟ ସୁକୁମାଜିଲ୍ଲା ପୁଲିସ ଓ ସିଆରପିଏଫ ଜବାନ ମାନେ ଗତ ଦୁଇଦିନ ହେଲା ବିଭିନ୍ନ ସ୍ଥାନରେ ଥିବା ମାଓକ୍ୟାମ୍ପଉପରେ ଆକ୍ରମଣ ଓ ଅଚାନକ ଚଢାଉ କରୁଥିବାରୁ ଭୟରେ ଦରଭାଡିଭିଜନ ଓ ଛତିଶଗଡି ମାଓବାଦୀ ମାନେ ଓଡିଶା ସୀମାନ୍ତ ମାଲକାନଗିରି ଜିଲ୍ଲାକୁ ମୁହାଁଇଛନ୍ତି । ବୁଧବାରଦିନ ସୁକୁମାଜିଲ୍ଲା ପୁସପାଲ ଥାନାସ୍ଥ ଚନ୍ଦାମେଟା ଜଙ୍ଗଲରେ ମାଓବାଦୀ ପୁଲିସ ମଧ୍ୟରେ ଗୁଳିବନିମୟରେ ତିନିଜଣ ମାଓବାଦୀଙ୍କ ମୃତ୍ୟୁ ହେବାସହିତ ବହୁପରିମାଣର ମାଓସାମଗ୍ରୀ ଜବତ ହୋଇଥିଲା । ଜଙ୍ଗଲରେ ରକ୍ତ ଛିଟା ଓ ଘୋଷଡା  ଦାଗରୁ ଅଦିକ ମାଓବାଦୀ ମୃତା ଆହତ ହୋଇଥିବାର ପୁଲିସ ସନେ୍ଦହକରି ସର୍ଚଅପରେସନ ଆରମ୍ଭ କରିଦେଇଥିଲେ । ସେ ହି ଅଚଂଳଟି ଓଡିଶା ସୀମାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ତୁଳଶିପାହଡ ନିକଟରେ ଥିବାରୁ ମାଓବାଦୀ ମାନେ ସାଥୀ ଆହତ ମାଓବାଦୀ ମାନଙ୍କୁ ସାବେରୀ ନଦୀପାର କରି ତୁଳଶି ପାହଡରେ କୁ ପଳାଇ ଆସି ଆତ୍ମଗୋପନକରିଥିବାର ଗୋଇନ୍ଦା ସୁତ୍ରରୁ ଜଣାପଡିଛି । ତୁଳଶି,ଦଣ୍ଡିପଦର ପାହଡ ଅତ୍ୟନ୍ତ ଦୁର୍ଗମ ତିଖ ଓ ଘଚଂଜଙ୍ଗଲ ହୋଇଥିବାରୁ ସେଠାକୁ କେହି ସହଜରେ ଯିବାସମ୍ଭବପର ହେଉନଥିବାରୁ ମାଓବାଦୀ ମାନେ ତୁଳଶି ପାହଡକୁ ନିରାପଦସ୍ଥାନ ଭାବେ ବାଛିନେଇ ସେଠାରେ ଆହତ ମାଓବାଦୀଙ୍କୁ ଗୁପ୍ତଭାବେ ଚିକିତ୍ସା ଚଳାଇଥିବାର ସୁକୁମା ପୁଲିସ ସନେ୍ଦହ କରୁଛନ୍ତି । ସୀମାନ୍ତ ଛତିଶଗଡରେ ପୁଲିସ ଓ ଜାବନ ମାନଙ୍କ ପକ୍ଷରୁ ମାଓବାଦୀଙ୍କ ଉପରେ ଯୋରଦାର ଆକ୍ରମଣ ହେଲେ ଓଡିଶା ଛତିଶଗଡ ସାମିନ୍ତରେ ଥିବା ସାବେରୀ ନଦୀ ପାର ହୋଇ ଛତିଶିଗଡି ମାଓବାଦୀମାନ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରି ବିଭିନ୍ନ ଦୁର୍ଗମ ଘଚଂ ଜଙ୍ଗଲରେ ଆତ୍ମଗୋପନ କରିଥାନ୍ତି । ମାଓବାଦୀ ମାନେ ଓଡିଶା ଓ ଛତିଶଗଡରାଜ୍ୟ ରେ ସେମାନଙ୍କ ନୁଆ ନୁଆ ଦଳ ଓ ସଂଗଠନ ହୋଇ ଆଧିପତ୍ୟ ବିସ୍ତାର କରି ଗୋଟିଏପରେ ଗୋଟିଏ ହିଂସାକାଣ୍ଡ ଘଟାଇ ପୋଲିସ ପ୍ରସାଶନର  ମୁଣ୍ଡବଥା ବଢାଇଦେଇଛନ୍ତି । ଗତ ଦୁଇଦିନ ହେଲା ବହୁସଂଖ୍ୟାରେ ଛତିଶଗଡି ଦରଭା ଡିଭିଜନର ମାଓବାଦିମାନେ ସାବେରୀ ନଦୀ ପାର ହୋଇ ମାଲକାନଗିରି ଜିଲ୍ଲ୍ା ମାଥିଲି ବ୍ଲକ ସ୍ଥ ମହୁପଦର ଓ ଟେମୁରୁପାଲ୍ଲି ପଚାଂୟତସ୍ଥ  ଛତିଶଗଡ ସିମାନ୍ତ କୁ ଲାଗିଥିବା ଦୃର୍ଗମ ତୁଳଶିପାହଡ, ଦଣ୍ଡିପଦର ଦୁର୍ଗମ ଘଚଂ ଜଙ୍ଗଲ ମଧ୍ୟରେ ଥିବା ଗ୍ରାମ ଗୁଡିକରେ ପ୍ରବେସ କରି ଗୁପ୍ତବୈଠକ ଚଳାଇଥିବାର ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି ,ସେମାନଙ୍କ ସଂଗଠନରେ ନୁଆ ନୁଆ ଯୁବପିଢୀ ମାନଙ୍କୁ ସାମିଲକରିବା ଓ ଆଗାମି ଯୋଜନା କଣ କରାଯିବ ସେନେଇ ଆଲୋଚନା ହୋଇଥିବାର ଜଣାପଡିଛି । ଏହିବୈଠକରେ ଛତିଶଗଡ,ଓଡିଶା ରାଜ୍ୟର ବରିଷ୍ଟ ମାଓବାଦିମାନେ ଅଂଶଗ୍ରହଣ କରିଥିବାର ସୁଚନା ମିଳିଛି । ମାଓବାଦୀ ମାନେ ହଟାତ ଛତିଶଗଡ ସିମାନ୍ତ ମହୁପଦର, ଦଣ୍ଡିପଦର ପଚାଂୟତରେ ପ୍ରବେଶ କରିବା ଦେଖି ଗ୍ରାମବାସି ଓ ସେଠାରେ କାର୍ଯ୍ୟକରୁଥିବା ସରକାରି କର୍ମଚାରି, ଠିକାଦାର, ରାଜନେତା ମାନେ ଭୟଭିତ ହୋଇ କେତକ ଗାଁଛାଡି ପଳାଇଥିବାର ଜଣାପଡିଛି । । ମାଓବାଦୀମାନଙ୍କ ଆଗାମି ଯୋଜନା କଣ ହେବ ସେନେଇ ଗ୍ରାମବାସିମାନେ ଭୟ ଓ ଆତଙ୍କିତ ହୋଇ ପଡିଥିବାବେଳେ ,ସିମାନ୍ତରେ ମାଓବାଦୀଙ୍କ ପ୍ରବେଶ ଖବର ମାଲାକନଗିରି ଜିଲ୍ଲା ପୋଲିସ ଜାଣି ପାରି ବିଭିନ୍ନ ଗ୍ରାମ ଓ ସହରରେ ଜିଲ୍ଲା ପୁଲିସ ଓ ବିଏସଏଫ ଜବାନ ମାନଙ୍କ ପକ୍ଷରୁ ପେଟ୍ରୋଲିଂ,କଂମ୍ବି ଅପରେସନ  କୁ ଯୋରଦାର କରି ଯାନବାହନଗୁଡିକୁ ଯାଚଂ ଚଳାଇଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top