ସୀମାନ୍ତ କୋଣ୍ଡାଗାଁ ଏସପିଙ୍କ ନିକଟରେ ୩ ଜଣ ଲକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୮ା୪  (ଓଡିଆ ପୁଅ  ) ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର, ଦନ୍ତେଓାର୍ଡା,କୋଣ୍ଡାଗାଁ,ନାରାୟଣରପୁର ଜିଲ୍ଲାପୁଲିସ ର ମିଳିତ ଅପରେସନରେ ମାଓବାଦୀଙ୍କ କ୍ୟାମ୍ପଧ୍ୱସଂ ହେବାସହିତ ଅନେକ ମାଓବାଦୀ ମୃତାଆହତ ହେଲେଣି । ଗତକିଛି ଦିନହେଲେ ଛତିଶଗଡ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାଓଦମନ ଅପରେସନ ଚାଲିଥିବାବେଳେ ଏହି ଭୟରେ ଏବେ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସମିଲ ହେବାପାଇଁ ନକ୍ସଲମାନେ ପୁଲିନିକଟରେ ଆତ୍ମସମର୍ପଣ କରିବାକୁ ଆଗେଇ ଆସିଛନ୍ତି ।  ମାଓବାଦୀଙ୍କ ପୁର୍ବନିତି ବଦଳିବା ଗରିବଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ପୁଲିସ ଗିରଫ ଭୟରେ କୋଣ୍ଡାଗାଁ ମାଓବାଦୀ ଦଳମର ୩ ଜଣ ସକ୍ରୀୟ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । କୋଣ୍ଡାଗାଁ ଜିଲ୍ଲା ଏସପି ଅଭିଷେକ ପଲ୍ଲଭ ଙ୍କ ନିକଟରେ ଜଣ ମହିଳା ଓ ଦୁଇଜଣ ପୁରୁଷ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏହି ୩ ଜଣ ବସ୍ତର,ନାରାୟଣପୁର,କୋଣ୍ଡାଗାଁ  ମାଓବାଦୀଦଳମରେ ସମିଲହୋଇ ଅନେକ ମାଓହିଂସାକାଣ୍ଡ ସହିତ ଜଡିତ ଥିଲେ । ମାଓବାଦୀ ଙ୍କ ନିତୀ ଆଦର୍ଶ ବଦଳିବା ଓ ଗରିବ ଲୋକଙ୍କ ଉପରେ ଅତ୍ୟାଚାର, ମହିଳାଙ୍କୁ ଶୋଷଣ ବିରୁଦ୍ଧରେ ଏମାନେ ମାଓସଙ୍ଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲହୋଇ ସାଧାରଣ ନାଗରିକ ଜୀବନ ବିତାଇବେ ବୋଲି ପୁଲିସ ନିକଟରେ କହିଛନ୍ତି । ମାଓବାଦୀ  ଆତ୍ମସମର୍ପଣ ସରାକାରୀ ନିତୀ ନିୟମ ଅନୁସାରେ ଆତ୍ମସମର୍ପଣ ମାଓବାଦୀଙ୍କୁ ଛତିଶଗଡ ସରକାରଙ୍କ ପକ୍ଷରୁ ସମସ୍ଥ ପ୍ରକାର ସରକାରୀ ସହଯୋଗ ଯୋଗାଇ  ଦିଆ ଯିବ ବୋଲି କୋଣ୍ଡାଗାଁ ଏସପି ସୁଚନା ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *