ସୀମାନ୍ତରେ ମାଓବାଦୀ ପୁଲିସ ଗୁଳି ବିନିମୟ ଦୁଇ ମାଓବାଦୀ ନିହତ, ଲ୍ୟାଣ୍ଡମାଇନ ବିଷ୍ପୋରଣରେ ଜଣେ ଜବାନ ଆହତ

ମାଲକାନଗିରି, ୧୧ା୭ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାର ଚିନ୍ତାଗୁମ୍ଫା ଜଙ୍ଗଲରେ ମାଓବାଦୀ ପୁଲିସ ଗୁଳି ବନିମୟ ଘଟି ଦୁଇଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଲ୍ୟାଣ୍ଡମାଇନ ବିଷ୍ପୋରଣରେ ଜଣେ ଜବାନ ଆହତ ହେବା ସହିତ ମାଓ କ୍ୟାମ୍ପରୁ ବନ୍ଧୁକ ଗୋଳା ବାରୁଦ ଓ ମାଓସମାଗ୍ରୀ ଜବତ ହୋଇଥିବାର ଜଣାପଡିଛି। ଚିନ୍ତାଗୁମ୍ଫା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବାର ଖବର ପାଇ ଜିଲ୍ଲାପୁଲିସ ଓ ଡିଆରଜି ଜବାନମାନେ ସେଠାରେ କମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀ ମାନେ ପ୍ରଥମେ ଲ୍ୟାଣ୍ଡମାଇନ ବିଷ୍ପୋରଣ କରିଥିଲେ। ଏହି ବିଷ୍ପୋରଣରେ ଜଣେ ଡିଆରଜି ଜବାନ ଆହତ ହୋଇଥିଲେ। ପରେ ମାଓବାଦୀ ମାନେ ଜବାନ ମାନଙ୍କ ଉପରକୁ ଗୁଳି ଚଳାଇଥିଲେ, ତାର ପାଲଟା ଜବାବରେ ଜବାନ ମାନେ ମଧ୍ୟ ଗୁଳି ଚାଳନା କରିଥିଲେ। ଉଭୟ ଙ୍କ ମଧ୍ୟରେ ପ୍ରାୟ ଦୁଇଘଣ୍ଟା ଧରି ଗୁଲିବିନିମୟ ହୋଇଥିଲା। ପୁଲିସଙ୍କୁ ମୁକାବିଲା କରି ନପାରି ଜଙ୍ଗଲରେ ମାଓବାଦୀ ମାନେ ଛତ୍ର ଭଙ୍ଗଦେଇ ପଳାଇଥିବା ବେଳେ ପୁଲିସ ଗୁଳିରେ ଦୁଇଜଣ ମାଓବାଦୀ ନିହତ ହୋଇଥିବାର ଜଣାପଡିଛି। ନିହତ ମାଓବାଦୀଙ୍କ ପରିଚୟ ମିଳିଛି ସେମାନେ ହେଲେ ଚିନ୍ତାଗୁମ୍ଫା ମାଓଦଳମର ମିଲିସିଆ କମାଣ୍ଡର ଉଇକା ମୁକା ଓ ନୁପେ ମୁତା ଓ ସେମାନଙ୍କ ମଧ୍ୟରୁ ଉଇକା ମୁକ୍କାଙ୍କ ମୁଣ୍ଡ ଉପରେ ୮ ଲକ୍ଷଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା, ସର୍ଚ ଅପରେସନ ସମୟରେ ମାଓବାଦୀଙ୍କ କ୍ୟାମ୍ପରୁ ବନ୍ଧୁକ, ବହୁପରିମାଣର ଗୋଳାବାରୁଦ ଓ ମାଓସାମଗ୍ରୀ ପୁଲିସ ଜବତ କରିଛି। ଆହତ ଜବାନଙ୍କୁ ସଙ୍ଗେସଙ୍ଗେ ଅନ୍ୟଜବାନ ମାନେ ହେଲିକେପ୍ଟର ଯୋଗେ ରାଇପୁର ହସପିଟାଲକୁ ନେଇ ଚିକିତ୍ସା କରିଥିଲେ।

Leave a Reply

Your email address will not be published. Required fields are marked *