ଜିଲ୍ଲା ପରିକ୍ରମା

ସୀମାନ୍ତରେ ମାଓବାଦୀ ପୁଲିସ ଗୁଳିବନିମୟ ଦୁଇ ମାଓବାଦୀ ନିହତ ,ମାଓବାଦୀ ଗୁଳିରେ ଜଣେ ଠିକାଦାର ମୃତ,ଗାଡି ପୋଡି

ମାଲକାନଗିର,୨୭ା୧ (ଓଡିଆ ପୁଅ )  ସୀମାନ୍ତ ରେ ମାଓବାଦୀ ପୁଲିସ ଗୁଳିବନିମୟରେ ୨ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଏକ ଘଟଣାରେ ଗାଡିପୋଡି ସହ ମାଓବାଦୀଗୁଳିରେ ଜଣେ ଠିକାଦାରଙ୍କର ମୃତ୍ୟୁ ହୋଇଛି  , ଆଜି ସକାଳେ ସୀମାନ୍ତ ସୁକୁମା ଜିଲ୍ଲା ମୋରପାଲ୍ଲୀ ଜଙ୍ଗଲକୁ ଜବାନ ମାନେ କଂମ୍ବି ଅପରେସନରେ ଯାଇଥିବା ବେଳେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା । ପୁଲିସ ଗୁଳିରେ ଦୁଇଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଲା ପରେ ଅନ୍ୟ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲକୁ ଲୁଚିପଳାଇଥିଲେ । ମୃତ ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ମାଓବାଦୀ ଥିବାର ଜଣାପଡିଛି । ସେମାନଙ୍କ ପରିଚୟ ମିଳିନଥିବା ବେଳେ ଅଧିକ ମାଓବାଦୀ ମୃତଆହତ ହୋଇଥିବାର ପୁଲିସ ସନ୍ଦୋହ କରି ସେ ଜଙ୍ଗଲରେ ଖାନତଲାସି ଜାରିରଖିଛନ୍ତି । ସେ ଜଙ୍ଗଲରୁ ଅନେକ ଗୋଳାବାରୁଦ, ବନ୍ଧୁକ ଓ ମାଓସାମଗ୍ରୀ କୁ ପୁଲିସ ଜବତକରିଛନ୍ତି । ଗତ ୨୪ତାରିଖରେ ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାସ୍ଥ ଏରପାନାର ଓ ଆବୁଜବାଡି ଜଙ୍ଗଲରେ ମାଓବାଦୀଙ୍କ ଗୁପ୍ତ କ୍ୟାମ୍ପଚାଲିଥିବାର ଖବର ପାଇ ସେଠାକୁ ଡିଆରଜି,ଏସଟିଏଫ ଜବାନ ମାନେ କମ୍ବିଂ ଅପରେସନ ରେ ଯାଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ୨ଘଟାଂରୁ ଉର୍ଦ୍ଦ ସମୟ ଧରି ଗୁଳିବନିମୟ ହୋଇଥିଲା । ମାଓବାଦୀ ମାନଙ୍କ ଗୁଳିରେ ଘଟଣାସ୍ଥଳରେ ୪ଜଣ ଜବାନ ସହିଦ ହୋଇଥିବା ବେଳେ ଅନ୍ୟ୭ଜଣ ଜବାନ ଆହତ ହୋଇଥିଲେ ।ଆଜିର ମାଓବାଦୀଙ୍କ ମୃତ୍ୟୁହେବା ୪ଜଣ ଜବାନଙ୍କ ସହିଦ ଘଟଣାର ପ୍ରତିଶୋଧ ନିଆଯାଇଛି ବୋଲି ଜବାନ ମାନେ କହିଛନ୍ତି ,

ଅନ୍ୟ ଏକ ଘଟଣାରେ ସୀମାନ୍ତରେ ପୁଲିସ ସୁଚନାଦାତା ସନ୍ଦେହରେ ଜଣକୁ ହତ୍ୟା,ରାସ୍ତାକାମ ପାଇଁ ବାଲି ନେଉଥିବା ଟ୍ରକ,ଜେସିବି,ଟିପରକୁ ମାଓବାଦୀ ପୋଡିଥିବାର ଜଣାପଡିଛି ,ସୀମାନ୍ତ ତେଲାଙ୍ଗାନା ଭଦ୍ରାଚାଳମ ଜିଲ୍ଲାସ୍ଥ ଭୁପତିରାଓପେଟା  ଠାରେ ଥିବା ଗୋଦାବରି ନଦୀରୁ  ରାସ୍ତାକାମ ପାଇଁ ବାଲି ନେଉଥିବା ଜେସିବି,ଟିପି.ଟ୍ରାକ୍ଟର,ଟ୍ରକ ,ପୋକଲିନ ୫ ଟି ଗାଡିକୁ ମାଓବାଦୀ ମାନେ ନିଆଁ ଲଗାଇ ପୋଡିଦେଇଛନ୍ତି । ଗତ କାଲି ବିଲମ୍ବିତ ରାତ୍ରରେ ପ୍ରାୟ ୪୦ରୁ ୫୦ଜଣ ଭଳି ମାଓବାଦୀ ମାନେ ଭଦ୍ରାଚଳମ ଜିଲ୍ଲାସ୍ଥ ଭୁପତି ପେଟା ଗୋଦାବରି ନଦୀ ପଠାରୁ ରାସ୍ତା କାମ ଲାଗି ବାଲି ଉଠାଉଥିବା  ଗାଡିଗୁଡିକୁ ନିଆଁ ଲଗାଇ ପୋଡିଦେଇ ସେଠାରେ ଥିବା ସୁକୁମା ଜିଲ୍ଲାର ରମେଶ ନାମକ ଜଣେ ଠିକାଦର କୁ ପୁଲିସ ସୁଚନାଦାତା କହି ଗୁଳିମାରି ହତ୍ୟାକରିବାସହ ଅନ୍ୟଜଣଙ୍କୁ ନିସ୍ତୁକ ମାଡମାରି ଆହତ କରି ଛନ୍ତି, ମାଓବାଦୀ ମାନେ ସେ ସ୍ଥାନରେ ହାତଲେଖା ପୋଷ୍ଟର ପକାଇ ଜଙ୍ଗଲକୁ ପଳାଇଥିଲେ । ସେହି ପୋଷ୍ଟରରେ ଲେଖା ଥିଲା ପୁଲିସ ଅତ୍ୟଚାର ବନ୍ଦକର,ଗ୍ରାନହଟଂ ବନ୍ଦକର, ମାଓବାଦୀ ସର୍ଚଅପରେସନ ବନ୍ଦକର, ପୁଲିସର ସୁଚନାଦାତାକୁ ମୃତ୍ୟୁଦଣ୍ଡ ଦିଆ ଯିବ ବୋଲି ସେତିରେ ଲେଖା ଥିବାର ଜଣାପଡିଛି । ପରେ ଘଟଣା ସ୍ଥଳରେ ଭଦ୍ରାଚଳମ ପୁଲିସ ପହଁଚି ଠିକାଦାରଙ୍କ ମୃତ୍ୟଶରୀର  ଜବତ କରି ତଦନ୍ତ ଚଳାଇଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top