ଓଡ଼ିଶା

ସୀମାନ୍ତରେ ମାଓବାଦୀଙ୍କ ପ୍ରଜାମେଳୀ,ସାମିଲ ହେଲେ କ୍ୟାଡର ମାଓ ନେତା

ମାଲକାନଗିରି,୮-୪ (ଓଡ଼ିଆ ପୁଅ) ମାଲକାନଗିରି ସୀମାନ୍ତ ଛତିଶଗଡ଼ ରେ ପୁଣିଥରେ ମାଓବାଦୀଙ୍କ ପ୍ରଜାମେଳୀ ଦେଖିବାକୁ ମିଳିଛି। ସୁକୁମା ଓ ବିଜାପୁର ଅଞ୍ଚଳରେ ହୋଇଥିବା ପ୍ରଜାମେଳିରେ ବହୁ କ୍ୟାଡର ମାଓନେତା ସାମିଲ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଜାମେଳୀ ରେ ମାଓବାଦୀ ମାନେ ନିଜର ଶକ୍ତି ଦେଖାଇବାପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର ପଦର୍ଶନ କରିଥିଲେ।

ଏହାପରେ ସଂଗଠନକୁ ସହଯୋଗ କରିବାପାଇଁ ଲୋକମାନଙ୍କ ଠାରୁ ସମର୍ଥନ ଲୋଡିଥିଲେ। ଏବଂ ଆଗକୁ ଜଳ,ଜଙ୍ଗଲ ଓ ଜମି ପାଇଁ ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ମାଓବାଦୀଙ୍କ ଏହି ପ୍ରଜାମେଳୀ ରେ ଆଦିବାସି ଗ୍ରାମବାସୀଙ୍କୁ ଢ଼ାଲ କରି ବଡ ଧରଣର ହିଂସାକାଣ୍ଡ ଘଟେଇବାକୁ ମାଓବାଦୀମାନେ ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହିଭଳି ଏକ ପ୍ରଜାମେଳୀ ର ଆୟୋଜନ କରିଛନ୍ତି। ପୂର୍ବରୁ ମଧ୍ୟ ଏହିଭଳି ଘଟଣା ଘଟିଥିବା ନଜିର ରହିଛି। କିଛି ବଡ଼ ଘଟଣା ଘଟେଇବା ପୂର୍ବରୁ ହିଁ କ୍ୟାଡର ମାଓନେତା ମାନେ ଏକାଠି ହୁଅନ୍ତି। ହିଂସାକାଣ୍ଡ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପରେ ହିଁ ଗ୍ରାମବାସୀଙ୍କୁ ସେଥିରେ ସାମିଲ କରନ୍ତି। ବାରମ୍ବାର ଆକ୍ରମଣ ଯୋଗୁ ଦୁର୍ବଳ ହେଉଥିବା ସଂଗଠନ ନିଜ ଲଢେଇକୁ ନିର୍ଣ୍ଣାୟକ ମୋଡ଼ ଦେବାକୁ ଗତ କିଛି ମାସ ହେଲା ପ୍ରସ୍ତତି ଆରମ୍ଭ କରିଛ। ବଛାବଛା କ୍ୟାଡର ମାଓବାଦୀଙ୍କୁ ନେଇ ଛତିଶଗଡ଼ ରେ ନୂଆ କମିଟି ବି ଗଠନ କରି ସରିଛି। ଅନ୍ୟ ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ ଗୁଇନ୍ଦା ବିଭାଗ ନିକଟରେ ଏନେଇ ବିସ୍ତୃତ ତଥ୍ୟ ରହିଛି। ପୋଲସ ମଧ୍ୟ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛ। ବିଶେଷ କରି କ୍ୟାଡର ମାଓନେତା ଙ୍କ ସଂପୃକ୍ତିକୁ ପୋଲିସ ଗୁରୁତ୍ବଦେଇ ସମ୍ବାଭ୍ୟ ପରିସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତତି ଆରମ୍ଭ କରିଥିବା ଜଣାପଡିଛି।ଏଥିପାଇଁ ଛତିଶଗଡ଼ ଓ ମାଲକାନଗିରି ଜିଲ୍ଲା ପୁଲିସି ପକ୍ଷରୁ ସୁରକ୍ଷା କର୍ମୀଙ୍କୁ ସଜାଗ ରହିବକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ଦିଗ୍ଧ ଗତିବିଧି ଦେଖିଲେ ତୁରନ୍ତ ପ୍ରସ୍ତୁତ ହେବାସହ ପରିସ୍ଥିତି ର ମୁକାବିଲା କରିବାକୁ ବି ସୁରକ୍ଷା ବାହିନୀ ଙ୍କୁ କୁହାଯାଇଛି। ତେବେ ଛତିଶଗଡ଼ ସୀମାକୁ ଲାଗି ରହିଥିବା ମାଲକାନଗିରି ଜିଲ୍ଲା ଉପରେ ବି ଏ ମେଳିର ପ୍ରଭାବ ପଡିବ ବୋଲି ମତ ପ୍ରକାଶ ପାଉଛି।ଏହି ପ୍ରଜା ମେଳି ସରିବାପରେ ରେ ମାଓବାଦୀଙ୍କ ପ୍ରଜାନାଟ୍ୟମଣ୍ଡଳୀ ପକ୍ଷରୁ ବିପ୍ଳବିଧର୍ମୀ ସଂଗୀତ ପରିବେଶଣ ସହ ଆଦିବାସି ମହିଳା ମାନେ ନୃତ୍ୟ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top