ଜିଲ୍ଲା ପରିକ୍ରମା

ସୀମାନ୍ତରେ ବଜ୍ରପାତରେ ୮ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ନିହତ,୪ ଆହତ

ମାଲକାନଗିରି,୨୫ା୬ (ଓଡିଆ ପୁଅ ) ସୀମାନ୍ତ ରେ ବଜ୍ରପାତ ଘଟି ୮ଲକ୍ଷଟଙ୍କା ପୁରସ୍କାର ଘୋଷିତ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀଙ୍କର ମୃତ୍ୟୁ ହେବା ସହିତ ୪ଜଣ ମାଓବାଦୀ ଗୁରୁତର ଆହତ ହୋଇଥିବାର ଜଣାପଡିଛି । ଛତିଶଗଡ ରାଜ୍ୟରେ ଦିନକୁ ଦିନ ମାଓବାଦୀଙ୍କ ସମସ୍ୟା ବୃଦ୍ଧିପାଇଥିବା ବେଳେ ସେମାନଙ୍କୁ ଦମନ କରିବା ପାଇଁ ପୁଲିସପ୍ରଶାନ ତତ୍ପର ହୋଇ ଉଠି ବିଭିନ୍ନ ସ୍ଥାନରେ କଂମ୍ବି ସର୍ଚ ଅପରେସନ ଚଳାଇଛନ୍ତି । ମାଲକାନଗିରି ଜିଲ୍ଲାସୀମାନ୍ତ ସୁକୁମା ଜିଲ୍ଲା ଗାଦିରାସ ଥାନା ମାନକାପାଲ ଜଙ୍ଗଲରେ ଗତ ୨୧ତାରିଖରେ ପ୍ରବଳ ବେଗରେ ବର୍ଷା ସହିତ ଘଡଘଡି ମାରିଥିଲା, ସେହିଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପଚାଲିଥିବା ବେଳେ ବଜ୍ରପାତ ହୋଇ ୮ଲକ୍ଷଟଙ୍କା ପୁରସ୍କାର ଘୋଷିତ ଦୁର୍ଦ୍ଦାନ୍ତ ମାଓନେତା ସୁଖରାମ ଙ୍କର ଘଟଣାସ୍ଥଳରେ ମୃତ୍ୟୁହେବା ସହିତ ସେଠାରେ ଥିବା ଅନ୍ୟ ଚାରିଜଣ ମାଓନେତା ଗୁରୁତର ଭାବେ ଆହତ ହୋଇଥିଲେ । ମୃତ ମାଓନେତାଙ୍କୁ ଅନ୍ୟ ମାଓବାଦୀ ମାନେ ଜଙ୍ଗଲରେ ପୋଡି ଦେଇଥିବା ବେଳେ ଅନ୍ୟ ଆହତ ମାଓବାଦୀଙ୍କୁ ଲୁକାଇତ ଭାବେ ଚିକିତ୍ସା କରୁଥିବାର ଜଣାପଡିଛି । ଆଜି ସକାଳେ ସୁକୁମା ଜିଲ୍ଲା ଓ ଗାଦିରାସ ଥାନା ପୁଲିସର ମିଳିତ ସର୍ଚ ଅପରେସନ ରେ ମାନକାପାଲ ଜଙ୍ଗଲକୁ  ଯାଇ ଥିବାବେଳେ ଏହି ବଜ୍ରପାତ ଘଟଣା ପୁଲିସ ଜାଣିପାରି ଅଧିକ ତଦନ୍ତ ଚଳାଇଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top