ଜିଲ୍ଲା ପରିକ୍ରମା

ସୀମାନ୍ତରେ ଗୁଳିବନିମୟ, ୮ଲକ୍ଷଟଙ୍କା ଓ ୨ଲକ୍ଷଟଙ୍କା ପୁରସ୍କାର ଘୋଷିତ ଦୁଇ ଦୁର୍ଦାନ୍ତ ମାଓବାଦୀ ନିହତ

ମାଲକାନଗିରି,୯ା୨(ଓଡିଆ ପୁଅ ) ସୀମାନ୍ତ ଛତିଶଗଡ ରାଜ୍ୟ ରାଜନାନ୍ଦଗାଁଓ ଜିଲ୍ଲାପୁଲିସକୁ ଆଜି ବଡଧରଣର ସଫଳତା ମିଳିଛି । ରାଜନାନ୍ଦଗାଁଓ ଏସପି ପ୍ରଶାନ୍ତ ଅଗ୍ରଓ୍ୟାଲ ଙ୍କ ନିର୍ଦେଶକ୍ରମେ ଆଜି ସକାଳେ ଜିଲ୍ଲାପୁଲିସ ,ଆଇଟିବିପି ଜବାନ ମାନେ ଗାତାପାର ଥାନାସ୍ଥ ବୋଡଲା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପଚାଲିଥିବାର ଖବର ପାଇ ସେଠାରେ ଚଢାଉକରିଥିଲେ । ମାଓବାଦୀ ମାନେ ପୁଲିସ ମାନଙ୍କ ଉପରକୁ ଗୁଳିଚଳାଇବାରୁ ତାର ପାଲଟା ଜବାବରେ ପୁଲିସ ଓ ଜାବନ ମାନେ ଗୁଳି ଚାଳନା କରିଥିଲେ ।ଉଭୟଙ୍କ ମଧ୍ୟରେ ପ୍ରାୟ ୨ଘଟାଂ ଧରି ଗୁଳି ବନିମୟ ହୋଇଥିଲା । ପୁଲିସ ଓ ଜବାନମାନଙ୍କ ଆକ୍ରମଣରେ ମାଓବାଦୀ ମାନେ ଭୟଭିତ ହୋଇ ଛତ୍ରଭଙ୍ଗଦେଇ ପଳାଇବା ବେଳେ ଏନକାଉଟଂରେ ଦୁଇଜଣ ମାଓବାଦୀଙ୍କର ମୃତ୍ୟୁଘଟିଥିଲା । ପରେ ପୁଲିସ ମାନେ ଖନତଲାସି କରିବାରୁ ଦୁଇ ମାଓବାଦୀଙ୍କ ମୃତ ଶରୀର ପାଇଥିଲେ,ଏହି ଦୁଇମାଓବାଦୀଙ୍କ ନିକିଟରୁ ବନ୍ଦୁକ ଗୋଳାବାରୁଦ ମିଳିଥିଲା । ମୃତ ଦୁଇ ମାଓବାଦୀ ଙ୍କ ପରିଚୟ ପୁଲିସକୁ ମିଳି ଯାଇଛି । ସେମାନେ ହଲେ ରାଜନାନ୍ଦଗାଁଓ ମାଓବାଦୀ ଦଳମର ଜିଲ୍ଲା କମାଣ୍ଡର ବିନୋଦ ଓ ଅନ୍ୟଜଣେ ହଲେ ସାଗର । ବିନୋଦ ଙ୍କ ମୁଣ୍ଡଉପରେ ଛତିଶଗଡ ସରକାର ୮ଲକ୍ଷଟଙ୍କା ଓ ସାଗର ଙ୍କମୁଣ୍ଡ ଉପରେ ୨ଲ କ୍ଷଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏହି ଦୁଇ ଦୁର୍ଦାନ୍ତ ମାଓବାଦୀ ଛତିଶଗଡ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନେକ  ମାଓବାଦୀ ହିଂସାକାଣ୍ଡ ରେ ଲିପ୍ତରହି ହତ୍ୟା, ଲୁଟ, ଲ୍ୟଣ୍ଡାମାଇନ ବିସ୍ପୋରଣ,ପୁଲିସ ଉପକୁ ଆକ୍ରମଣ ଇତ୍ୟାଦି ହିଂସାକାଣ୍ଡରେ ଜଡିତ ଥିବାର ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top