ସି.ୱାଇ.ଏସ୍.ଡି., ପ୍ଲାନ ଇଣ୍ଡିଆ ଓ ବିଏମ୍ସି ମିଳିତ ଉଦ୍ଦ୍ୟମରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ୫ ଜୁନ (ଓଡ଼ିଆ ପୁଅ) ସି.ୱାଇ.ଏସ୍.ଡି., ପ୍ଲାନ ଇଣ୍ଡିଆ ଓ ବିଏମ୍ସି ମିଳିତ ଉଦ୍ଦ୍ୟମରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମର ଆଜି ଶୂଭାରମ୍ଭ ହୋଇଛି। ମେଫେୟାର ନଗର ଠାରେ ବସ୍ତି ବାସିନ୍ଦା ତଥା ସି.ୱାଇ.ଏସ୍.ଡି., ପ୍ଲାନ ଇଣ୍ଡିଆ ଓ ବିଏମ୍ସିର ଅଧିକାରୀମାନେ ଏକତ୍ରିତ ହୋଇ ଏହାର ଶୂଭାରମ୍ଭ କରିଥିଲେ। ପ୍ରାୟ ୧୨୦ ସ୍ୱେଚ୍ଛାସେବୀ ୧୦ଜଣ ସୁପରଭାଇଜରଙ୍କ ନେତୃତ୍ୱରେ ଏକତ୍ରିତ ହୋଇଥିଲେ। ବସ୍ତିବାସିନ୍ଦାଙ୍କୁ ଡେଙ୍ଗୁ ନିବାରଣ ତଥା ସଚେତନ କରାଇବା ଏହା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହାପରେ ଏକ ରାଲି କରି ସମସ୍ତେ ସାଲିଆ ସାହିସ୍ଥିତ ମେଫେୟାର ନଗରଠାରେ ବୁଲିଥିଲେ।

ଏହି ସଭାରେ ଅତିଥୀଭାବେ ଉପସ୍ଥିତ ଥିଲେ ପୂର୍ବତନ ଡେପ୍ୟୁଟି ମେୟର ତଥା କରପୋରେଟର ଶ୍ରୀମତୀ ଭାରତୀ ସୀଂ, ସି.ୱାଈ.ଏସ୍.ଡି ଚେୟାରମ୍ୟାନ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ, ପ୍ଳାନ ଇଣ୍ଡିଆର ସଦସ୍ୟ ତୁଷାରକାନ୍ତ ଦାସ ଏବଂ ସାସ୍ୱତୀ ମ୍ୟାଡାମ୍, ଏଡି, ଏମ ଓ ଡଃ ସନ୍ଦିପନା ପତି, ସଭାପତି ଶ୍ରୀମତୀ ସୁବର୍ଣ୍ଣ ଘୋଷ ଏବଂ ଡେପ୍ୟୁଟି କମିଶନର୍ ସୋସିଆଲ୍ ୱେଲ୍ଫେୟାର ଶ୍ରୀ ଲଲାଟେନ୍ଦୁ ସାହୁ, ଆଦି ଯୋଗଦେଇ ଡେଙ୍ଗୁ ରୋଗର ନିବାରଣ ତଥା ସଚେତନତା ବିଷୟରେ ନିଜର ମତବ୍ୟକ୍ତ କରିଥିଲେ।ତତ୍ସହିତ ମଧ୍ୟ ଏହି ପ୍ରୋଜେକ୍ଟରେ କାମ କରୁଥିବା ସ୍ୱେଚ୍ଛାସେବୀ ସୁପରଭାଇଜରମାନଙ୍କୁ ଉତ୍ସାହିତ କରିଥିଲେ।

ଏହାପରେ ୧୦ଜଣ ସ୍ୱେଚ୍ଛାସେବୀମାନଙ୍କସହ ପ୍ଳାନ ଇଣ୍ଡିଆ ଏବଂ ସି.ୱାଈ.ଏସ୍.ଡି ର ସଦସ୍ୟମାନେ ବି.ଏମ୍.ସି ଅଫିସ୍ ଠାରେ ପହଚିଂଥିଲେ ଏବଂ ସେଠାରେ ଭୁବନେଶ୍ୱରର ମେୟର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ପତକା ଉଡ଼ାଇ ଡେଙ୍ଗୁ ଅଭିଜାନର ଶୁଭାରମ୍ଭ କଲେ ଯେଉଁ ଥିରେକି ଏକ ଗାଡ଼ି ଡେଙ୍ଗୁର ସଚେତନତା ଏବଂ ନିବାରଣର ପ୍ରଚାର କରି ଭୁବନେଶ୍ୱରର ସମସ୍ତ ଯାଗାକୁ ଯିବ।

Leave a Reply

Your email address will not be published. Required fields are marked *