ସି.ବି.ଏସ୍.ଇ ପରୀକ୍ଷାରେ ଟପ୍ପର ଦିପାଶା ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଅନୁଗୋଳ,୬/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଜୁ କନ୍ୟା ରତ୍ନ ଯୋଜନାର ପ୍ରଚାର ଓ ପ୍ରସାର ଉଦେ୍ଦଶ୍ୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିବା ଝିଅମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ସି.ବି.ଏସ୍.ଇ ଦ୍ୱାଦଶ ଶ୍ରେଣୀ କଳା ପରୀକ୍ଷାରେ ରାଜ୍ୟରେ ଟପ୍ପର ହୋଇଥିବା ତାଳଚେରର ଦିପାଶା ରଥଙ୍କୁ ଅନୁଗୋଳ ଜିଲ୍ଲାପାଳ ଅନିଲ କୁମାର ସାମଲ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମ୍ବର୍ଦ୍ଧିତ କରିଛନ୍ତି । ପାଠ ପଢ଼ି ଭବିଷ୍ୟତରେ ଜଣେ ସଫଳ ବିଚାରପତି ହେବାର ଲକ୍ଷ୍ୟ ରଖିଥିବା ଦିପାଶା ଏହି ସମ୍ମାନ ପାଇଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଭୂବନେଶ୍ୱର କିଟ୍ ଇଂଟରନ୍ୟାସନାଲ ସ୍କୁଲରୁ ଉତୀର୍ଣ୍ଣ ହୋଇଥିବା ଦିପାଶା ରଥ ତାଳଚେରର ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ରଥଙ୍କ ନାତୁଣୀ ଏବଂ ତଥା ଚାର୍ଟାଡ଼ ଆକାଉଂଟାଂଟ ଦୀପକ ରଥଙ୍କ କନ୍ୟା ଅଟନ୍ତି । ସୁଶ୍ରୀ ଦିପାଶା ସି.ବି.ଏସ୍.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଓଡ଼ିଶା,ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ରାଜ୍ୟ ଅଧିନରେ ହୋଇଥିବା ଏହି ପରୀକ୍ଷାରେ ୯୫.୬% ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡି.ଆଇ.ଜି କବିତା ଜଲାନ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରା,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚଂପତିରାୟ,ଅନୁଗୋଳର ବରିଷ୍ଠ ଆଇନଜୀବୀ ଭବାନୀ ପ୍ରସାଦ ମିଶ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୈାରୀଶଙ୍କର ବେହେରା,ବିଜୁ କନ୍ୟା ରତ୍ନ ଯୋଜନାର ପ୍ରକଳ୍ପ ଅଧିକାରିଣୀ ସୁସ୍ମିତା ବସ୍ତିଆ,ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରିଣୀ ଡା.ବିଜୟଲକ୍ଷ୍ମୀ ଗୁରୁ.ଦିପାଶାଙ୍କ ମା ସ୍ମିତା ନିବେଦିତାଙ୍କ ସମେତ ବିଜୁ କନ୍ୟା ରତ୍ନ ଯୋଜନାର ଜିଲ୍ଲା ଟାସ୍କ ଫୋର୍ସ କମିଟିର ସଦସ୍ୟ,ସଦସ୍ୟାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *