ଓଡ଼ିଶା

ସି.ପି.ଆଇ.ର ଅଷ୍ଟମ ଜିଲ୍ଲା ସମ୍ମିଳନୀ ଉଦଘାଟିତ ବିପନ୍ନ ସମ୍ବିଧାନର ସୁରକ୍ଷା ନିମନ୍ତେ ମିଳିତ ଲଢାଇ ପାଇଁ ଆହ୍ୱାନ

କେନ୍ଦ୍ରାପଡା ୧୦/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏବେ ଦେଶ ପାଇଁ ବଡ ବିପଦ ହୋଇ ଠିଆ ହୋଇଛି । ବିଗତ ୭୦ବର୍ଷର ସ୍ୱାଧୀନତା ମଧ୍ୟରେ ପ୍ରଥମ ଥର ପାଇଁ ଦେଶର ସମ୍ବିଧାନର ମୈାଳିକ ବୈଶିଷ୍ଟ୍ୟ ଯଥା ଗଣତନ୍ତ୍ର,ଧର୍ମନିରପେକ୍ଷତା ଓ ସହାବସ୍ଥାନ ନୀତି ଘୋର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । ଆଛେଦିନର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ମୋଦୀଙ୍କ ନେତୃତ୍ୱାଧୀନ ସରକାର କୈାଣସି ଗୋଟିଏ ନିର୍ବାଚନୀ ପ୍ରତିଶୃତି ରକ୍ଷା କରି ନପାରି ଶାସନର ସମସ୍ତ କ୍ଷେତ୍ରରେ ବିଫଳ ହେବା ପରେ ଜନ ଅସନ୍ତୋଷକୁ ଭିନ୍ନ ଦିଗରେ ନେବା ପାଇଁ ଅତ୍ୟନ୍ତ ସୁଚିନ୍ତିତ ଭାବେ ଜାତି,ଧର୍ମ ଓ ଦେଶର ସୁରକ୍ଷା ଭଳି ଅତ୍ୟନ୍ତ ସ୍ପର୍ଶକାତର ବିଷୟ ମାନଙ୍କରେ ଜନମତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଦେଶରେ ଏବେ ଏକ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ଏବଂ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ଦଳିତ,ସଂଖ୍ୟାଲଘୁ ଓ ଭିନ୍ନ ମତାବଲମ୍ବିର ଲୋକେ ଏହାର ଶିକାର ହେଉଛନ୍ତି । ଦେଶରେ ଫାସିବାଦୀ ଶାସନର ଚରିତ୍ର କ୍ରମେ ପରିସ୍ଫୁଟ ହେଉଥିବା ଭଳି ଗୁରୁତର ଅଭିଯୋଗମାନ ଆଣିଛନ୍ତି ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଜାତୀୟ ପରିଷଦ ସଭ୍ୟ ତଥା ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ସଭାପତି ସାଥୀ ଅଭୟ ସାହୁ । ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ କଲେଜ ପରିସରରେ ଆୟୋଜିତ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଦୁଇ ଦିନିଆ ଅଷ୍ଟମ କେନ୍ଦ୍ରାପଡା ଜିଲ୍ଲା ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ଭାରତୀୟ ଜନତା ପାର୍ଟିକୁ କାଠଗଡାରେ ଛିଡା କରାଇ ଦେଶକୁ ଏଥିରୁ ଉଦ୍ଧାର କରିବା ପାଇଁ ସମସ୍ତ ବାମପନ୍ଥୀ,ଧର୍ମନିରପେକ୍ଷ,ଗଣତାନ୍ତ୍ରିକ ଶକ୍ତି ଭୋଟ ରାଜନୀତି ଉଦ୍ଧ୍ୱର୍ରେ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ କମୁ୍ୟନିଷ୍ଟ ନେତା ସାଥୀ ବାବାଜୀ ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନୀ ଉସôବରେ ଜିଲ୍ଲା ସି.ପି.ଆଇ.ସମ୍ପାଦକ ରମଣୀରଞ୍ଜନ ରାଉତରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାଥୀ ଆଦିକନ୍ଦ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଅଜୟ କୁମାର ସାମଲ,ପ୍ରାଧ୍ୟାପକ ଦୁର୍ଯେ୍ୟାଧନ ପରିଡା,କାହ୍ନୁ ଚରଣ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପୂର୍ବାହ୍ନରେ ପୁରୁଣା ବସଷ୍ଟାଣ୍ଡ ନିକଟରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସାଥୀ ନିରଞ୍ଜନ ଦାସ,ବିକାଶ ଚନ୍ଦ୍ର ବେଉରା,ସୁହାନା ବେଗମଙ୍କ ନେତୃତ୍ୱରେ ସହର ପରିକ୍ରମା କରିବା ପରେ ସମ୍ମିଳନୀ ସ୍ଥଳରେ ପହଁଚିବା ପରେ ବରିଷ୍ଠ ସାଥୀ କୃଷ୍ଣଚନ୍ଦ୍ର ମଲ୍ଲିକ ପାର୍ଟିର ଲଢୁଆ ଲାଲ ପତାକାକୁ ଉତ୍ତୋଳନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top