ସି.ପି.ଆଇ(ଏମ୍) ପକ୍ଷରୁ କଳା ଦିବସ ପାଳିତ

କେନ୍ଦ୍ରାପଡା ୬/୧୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ସି.ପି.ଆଇ(ଏମ୍) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ବାବରୀ ମସଜିଦ୍ ଭଙ୍ଗାର ୨୫ ବର୍ଷ ଅବସରରେ ଆଜି କଳା ଦିବସ ପାଳିତ ହୋଇଯାଇଛି । ସି.ପି.ଆଇ(ଏମ୍) ଜିଲ୍ଲା କାର୍ଯାଲୟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡଠାରେ ପହଁଚିବାପରେ ସେଠାରେ ଏକ ସାଧାରଣ ସଭା ବାବାଜୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସି.ପି.ଆଇ(ଏମ୍) ଜିଲ୍ଲା ସଂପାଦକ ଗୟାଧର ଧଳ, ଉମେଶ ଚନ୍ଦ୍ର ସିଂ, ଜଗତଜୀବନ ଦାସ, ମାଧବ ଦାସ, ଗଙ୍ଗାଧର ମଲ୍ଲିକ, ଦାମୋଦର ଧଳ, ଭୀମସେନ ବେହେରା, ପରିତୋଶ ଗାୟନ, ବଚ୍ଛରାମ ସେଠୀ ପ୍ରମୂଖ ବକ୍ତବ୍ୟ ରଖି ସମ୍ବିଧାନ, ଧର୍ମ ନିରପେକ୍ଷତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ । ସଂଘ ପରିବାର ଓ ବିଜେପି ସରକାର ଦେଶକୁ ଭାଷା, ଜାତି, ଧର୍ମ ଓ ସଂପ୍ରଦାୟ ନାମରେ ଭାଗ ଭାଗ କରିବା ପାଇଁ ଅହରହ ଉଦ୍ୟମ ଚଳାଇଛି । ସ୍ୱାଧିନଚେତା ଓ ବୁଦ୍ଧୀଜୀବି ମାନଙ୍କ ଉପରେ ଆକ୍ରମଣ ତୀବ୍ରତର ହୋଇଛି । ସଂଘ ପରିବାର ଓ ବିଜେପି ହତ୍ୟା ରାଜନୀତିକୁ ଉସାôହିତ କରୁଛି । ସମ୍ବାଦ ପତ୍ର ସ୍ୱାଧିନତା ଉପରେ ହସ୍ତକ୍ଷେପ କରାଯିବା ସହିତ ସାମ୍ବାଦିକମାନଙ୍କୁ ହତ୍ୟା କରାଯାଉଛି । ଦେଶର ବିଭିନ୍ନତା ମଧ୍ୟରେ ଏକତା ରୂପକ ମୌଳିକ ଭିତ୍ତିକୁ ମୋଦୀ ସରକାର ଧ୍ୱଂସ କରିଦେବାକୁ ଉଦ୍ୟମ ଚଳାଇରଖିଛି । ବିମୁଦା୍ରକରଣ ଫଳରେ ଦେଶରେ ୮ଲକ୍ଷ ୨୫ହଜାର କୋଟି ଟଙ୍କା ବର୍ବାଦ ହେଲା । ୧୩୦ ଲୋକ ମୃତୁ୍ୟବରଣ କଲେ । ଦେଶର ଅର୍ଥନୀତି ୧୦ ବର୍ଷ ତଳକୁ ·ଲିଗଲା । ମୋଦି ସରକାର ହେଉଛି ମାଙ୍କଡ ହାତରେ ଶାଳଗ୍ରାମ ସଦୃଶ । ଭାରତୀୟ ଜନତା ପାର୍ଟି ମୂହୁର୍ତ୍ତେ କ୍ଷମତାରେ ରହିଲେ ଦେଶ ୧୦୦ ବର୍ଷ ତଳକୁ ·ଲିଯିବ ବୋଲି ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *