ad
କଟକ

ସି.ଡି.ଏ ର ସମସ୍ତ ସେକ୍ଟର ର ଆବଂଟିତ ଜମିକୁ ଲିଜ ହୋଲ୍ଡରୁ ଫ୍ରୀ ହୋଲ୍ଡ କରିବା ଦାବିରେ ଅଗାମୀ ୧୮ ତାରିଖରେ ହେବାକୁ ଥିବା ସି.ଡି.ଏ ଅଫିସ ଘେରାଉ ପାଇଁ ବିଜେପି ପକ୍ଷରୁ ଜରୁରୀ ବୈଠକ

କଟକ ୧୧.୦୨ (ଓଡ଼ିଆ ପୁଅ) ସି.ଡି.ଏ ସେକ୍ଟର – ୬ ଠାରେ ଆୟୋଜିତ ଜରୁରୀ ବୈଠକରେ ମର୍କତନଗର ବାସୀଙ୍କ ହକ୍ ର ଲଢେଇ ଡାକରା ଦେଇ ସି.ଡି.ଏ ର ସମସ୍ତ ସେକ୍ଟର ରେ ଲିଜ୍ ସୂତ୍ରରେ ଆବଂଟିତ ଜମି ଉପରେ ଘରକରି ବସବାସ କରୁଥିବା ବାସିନ୍ଦାଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଅସୁବିଧାକୁ ହୃଦୟଙ୍ଗମ କରି ଭାରତୀୟ ଜନତା ପାର୍ଟି, ବାରବାଟି – କଟକ ନିର୍ବାଚନ ମଣ୍ଡଳୀ ତରଫରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କ ନେତୃତ୍ୱରେ ସି.ଡି.ଏ ର ସମସ୍ତ ସେକ୍ଟର ର ଆବଂଟିତ ଜମିକୁ ଲିଜ ହୋଲ୍ଡରୁ ମୁକ୍ତି କରାଯାଇ ଫ୍ରୀ ହୋଲ୍ଡ କରାଯିବା ଓ ଧର୍ମାନୁଷ୍ଠାନ ଗୁଡିକୁ ନିୟମିତ କରିବାକୁ ଏକ ଦାବି ଉପସ୍ଥାପନ କରାଯାଇଥିଲା। ପୂର୍ବରୁ ମଧ୍ୟ ଏ ସଙ୍କ୍ରାନ୍ତରେ ଏକ ଶୋଭାଯାତ୍ରା ମାଧ୍ୟମରେ କେନ୍ଦ୍ରାଂଚଳ ରାଜସ୍ୱ ଅଧିକ୍ଷକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ଏଣୁ ଇତି ମଧ୍ୟରେ ସିଡିଏ ଅଂଚଳରେ ବାସବାସ କରୁଥିବା ପ୍ରତ୍ୟେକଟି ଘରକୁ ଯାଇ ଲିଫଲେଟ ଦେଇ ସଚେତନତା ସୃଷ୍ଟି କରିବାକୁ ବୈଠକରେ ନିଷ୍ପତି ନେବା ସହିତ ଏକ ବିଶାଳ ମୋଟରସାଇକେଲ ସୋଭାଯାତ୍ରାରେ ଆଗାମୀ ୧୮ ତାରିଖରେ ସି.ଡି.ଏ ଅଫିସ ଘରାଉ କରିବାକୁ ସ୍ଥିର କରାଯାଇଥିଲା। ଏହି ବୈଠକରେ ସିଡିଏ ଅଂଚଳର ବହୁ ବୁଦ୍ଧିଜିବୀ, ବିଭିନ୍ନ ସାମାଜିକ ସଙ୍ଗଠନ ଓ ବ୍ୟବସାୟୀ ସଂଘ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନା କରି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।

ନିୟମ ଅନୁସାରେ ରାଜସ୍ୱ ବିଭାଗରୁ ଜମି ନେଇ କଟକ ଉନ୍ନୟନ କତୃପକ୍ଷ (ସି.ଡି.ଏ) ସ୍ୱରେଜ, ଡ୍ରେନେଜ, ରାସ୍ତା, ଲାଇଟ, ପାଣି ସମସ୍ତ ବ୍ୟବସ୍ଥା କରି ସାଧାରଣ ଲୋକଙ୍କୁ ଜମି ବଂଟନ ବ୍ୟବସ୍ଥା କରିଥାନ୍ତି ଓ ପରବର୍ତି ପର୍ଯ୍ୟାୟରେ ମହାନଗର ନିଗମ (ସି.ଏମ୍.ସି) କୁ ହସ୍ତାନ୍ତର କରିଥାନ୍ତି। ସି.ଏମ୍.ସି ଲୋକଙ୍କ ଠାରୁ ହୋଲ୍ଡିଂ ଟିକସ ନେବାସହ ଅଂଚଳବାସୀଙ୍କୁ ସମସ୍ତ ସର୍ବନିମ୍ନ ସୁବିଧା ଯୋଗାଇଦେଇଥାଏ। ସି.ଡି.ଏ, ସି.ଏମ୍.ସିକୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ଆଉ କୌଣସି ଟିକସ ଲାଗୁ କରାନଯିବାର ନିୟମ ରହିଛି। ମହାନଗର ନିଗମ ସି.ଡି.ଏର ସମସ୍ତ ଜମିର ରକ୍ଷଣା ବେକ୍ଷଣ ଦାୟିତ୍ୱ ନେଇ ହୋଲ୍ଡିଂ ଟିକସ ଲାଗୁ କରିବା ପରେ ନିୟମାନୁଯାୟୀ ସି.ଡି.ଏ ଦେଇଥିବା ଲିଜ୍ ହୋଲ୍ଡ ରୁ ଫ୍ରୀ ହୋଲ୍ଡ ହେବାର ଆଇନ୍ ଥିଲେ ମଧ୍ୟ ସରକାରୀ ଉଦାସୀନତା ପାଇଁ ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ, ଯଦିଓ ବିଡିଏ ଓ ମହାନଦୀ ବିହାର ଜମି ଗୁଡିକୁ ଲିଜ୍ ହୋଲ୍ଡରୁ ଫ୍ରୀ ହୋଲ୍ଡ କରାଯାଇ ସାରିଲାଣି।

ଏଣୁ ତୁରନ୍ତ ସି.ଡି.ଏ ର ସମସ୍ତ ସେକ୍ଟର ର ଆବଂଟିତ ଜମିକୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରି ପୁନଃ ରେଜିଷ୍ଟ୍ରେସନ କରି ଲିଜ ହୋଲ୍ଡରୁ ଫ୍ରୀ ହୋଲ୍ଡ କରାଯିବାପାଇଁ ଭାରତୀୟ ଜନତା ପାର୍ଟି ର ସମସ୍ତ ସି.ଡି.ଏ ବାସୀଙ୍କ ତରଫରୁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ନଗର ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ସାଧାରଣ ସମ୍ପାଦକ ଦୟାନିଧି ଲେଙ୍କା, ସବିତା ରଞ୍ଜନ ପଟ୍ଟନାୟକ, ଅକ୍ଷୟ କୁମାର ଆଚାର୍ଯ୍ୟ, ଦିଲ୍ଲିପ ଦାସ, ମନୋରଂଜନ ସାହୁ, ଯସ ପ୍ରକାଶ ଘୋଷ, କୈଳାସ ବାରିକ, ସୁରେନ୍ଦ୍ର ମହାନ୍ତି, ନିମାଇଁ ନାୟକ, ସୌମେନ୍ଦ୍ର ନାୟକ, ଗୀତାରାଣୀ ଦାସ, ମନୋରମା ରାଉତ, ଅମରୀସ ରଥ, ପିତବାସ ଲେଙ୍କା, ମନୋଜ କର, ଲକ୍ଷ୍ମୀଧର ପଣ୍ଡା, କାଙ୍ଗାଳି ମହାପାତ୍ର, ବଟ ସାମଲ, ସାରଦା ମହାପାତ୍ର, ରଜନୀକାନ୍ତ ଦାସ, ବିପିନ ବିହାରୀ ସାମନ୍ତରାୟ, ସମୀର ମହାନ୍ତି, ସହଦେବ ନାୟକ, କାଳି ଚରଣ ମିଶ୍ର, ସବ୍ୟସଚି କର, ଜ୍ୟୋତି ଠାକୁର, ଭାସ୍କର ସାହୁ, ଦୀପକ ପାଲ, କୌସ୍ତଭ ଚୌଧୁରୀ, ବିକ୍ରମ ଭୂୟାଁ, ଲଲାଟେନ୍ଦୁ ଦାସ, ଜ୍ୟୋତି ରଞ୍ଜନ ପଲାଇ, ପ୍ରଶାନ୍ତ ଦାସ, ବିଜୟଲକ୍ଷ୍ମୀ ତ୍ରିପାଠୀ, ସୂର୍ଯ୍ୟ ବିଶ୍ୱାଳ, ଦେବରାଜ ସୁବୁଧ୍ଧି, ମହାବିର ବେହେରା, ଅୟେସକାନ୍ତ କାନୁନଗୋ, ଦୁଲାଲ ପତି, ସୋମନାଥ ସେନାପତି, ତାପସ ସାମନ୍ତ, ବି. ରାଓ, କାଶୀନାଥ ବେରା, ଦିଜବର ନାୟକ, ରବିନ୍ଦ୍ର କୁମାର ନାଥ, ଦୈତାରୀ ନାୟକ, ପ୍ରବାସ ଚନ୍ଦ୍ର ମହାନ୍ତି, ମୁରଲୀଧର ପରିଡା, ରେଣୁକା ଦାସ, ସୁନାକର ପଣ୍ଡା, ନିରଂଜନ ମହାନ୍ତି, ବାମଦେବ ରଥ, ଦେବେନ୍ଦ୍ର ନାଥ ସାମଲ, ଦେବେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ଶେଷରେ ସାର୍ଥକ ରାୟ ଧନ୍ୟବାଦ ଦେଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top