ଓଡ଼ିଶା

ସିସୋର ଚିଟ୍ଫଣ୍ଡର ମୁଖ୍ୟ ପ୍ରଶାନ୍ତ ଦାସ ଜାମିନରେ ଜେଲରୁ ବାହାରିବା ପ୍ରସଙ୍ଗରେ: କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଉଚିତ୍ ନ୍ୟାୟ ମିଳୁ : ବିଜେପି

– ସିସୋର ଚିଟ୍ଫଣ୍ଡ ଲିଙ୍କରେ ଶାସକ ବିଜେଡିର ବହୁ ଛାମୁଆ ନେତା ଓ ବିଧାୟକମାଙ୍କର ସଂପୃକ୍ତି ରହିଛି
– ପ୍ରଶାନ୍ତ ଦାସ ଏବେ ଜାମିନରେ ମୁକୁଳିଥିଲେ ମଧ୍ୟ ସେ ଦୋଷମୁକ୍ତ ନୁହଁନ୍ତି

ଭୁବନେଶ୍ୱର,  ତା ୦୫/୦୧ (ଓଡ଼ିଆ ପୁଅ): ସାଧାରଣ ଜମାକାରୀ ଏପର୍ଯ୍ୟନ୍ତ ତାଙ୍କ ଜମା ଟଙ୍କା ନପାଇ ନ୍ୟାୟିକ ପ୍ରକ୍ରିୟା ଉପରେ ଭରଷା ରଖିଛନ୍ତି। ରାଜ୍ୟ ବିଜେପି ମଧ୍ୟ ଭାରତୀୟ ଆଇନ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣଭାବେ ବିଶ୍ୱାସ ରଖିଛି। କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଉଚିତ୍ ନ୍ୟାୟ ଏବଂ ଖୁବ୍ ଶୀଘ୍ର ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ମାତ୍ର ରାଜ୍ୟ ସରକାର ନ୍ୟାୟାଳୟରେ ସଠିକ ତଥ୍ୟ ପ୍ରଦାନ ନକରିବା କାରଣରୁ ଜଣଙ୍କ ପରେ ଜଣେ ଚିଟ୍ଫଣ୍ଡ ଅଭିଯୁକ୍ତ ନିର୍ଦ୍ଦୋଷ ପ୍ରମାଣିତ ହେବାରେ ଲାଗିଛନ୍ତି ବୋଲି ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।

ସିସୋର ଚିଟ୍ଫଣ୍ଡ ଘଟଣାରେ ପ୍ରଶାନ୍ତ ଦାସଙ୍କ ବ୍ୟତୀତ ଶାସକ ବିଜେଡିର ବହୁ ଛାମୁଆ ନେତା ଓ ବିଧାୟକମାଙ୍କର ସଂପୃକ୍ତି ରହିଛି। ଶାସକ ଦଳର ନେତାମାନଙ୍କ ଦୋଷ ଲୁଚାଇବାକୁ ଯାଇ କ୍ରାଇମବାଂଚ ପ୍ରଶାନ୍ତ ଦାସଙ୍କୁ ଗିରଫ କରିବା ପୂର୍ବରୁ ଯଥେଷ୍ଟ ସମୟ ଦେଇଥିଲା। ଏହି ସମୟ ମଧ୍ୟରେ ପ୍ରଶାନ୍ତ ଦାସ ସିସୋର ସଂର୍ପକିତ ପ୍ରମାଣ ନଷ୍ଟ କରିଥିବାର ଅଭିଯୋଗ ସାମ୍ମନାକୁ ଆସିଛି। ପ୍ରଶାନ୍ତ ଦାସ ଏବେ ଜାମିନରେ ମୁକୁଳିଥିଲେ ମଧ୍ୟ ସେ ଦୋଷମୁକ୍ତ ନୁହଁନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top