ସିରିଡି ସାଇ ଆତ୍ମଦର୍ଶନ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଦହି ସରବତ ବଣ୍ଟନ

ଅନୁଗୋଳ,୩୦/୩ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଶୁକ୍ରବାର ଦିନ ତାଳଚେର ଗୋପାଳପ୍ରସାଦଠାରେ ମା’ହିଙ୍ଗୁଳାଙ୍କ ପବିତ୍ର ବାର୍ଷିକ ଯାତ୍ରା ଆରମ୍ଭ ଅବସରରେ ଅନୁଗୋଳର ଅନ୍ୟତମ ସେବା ଅନୁଷ୍ଠାନ ଶ୍ର୍ରୀ ଶ୍ରୀ ସିରିଡି ସାଇ ଆତ୍ମଦର୍ଶନ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୁଲ୍ୟରେ ଦହି ସରବତ ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ଗ୍ରୀଡକୋ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୦ଘଟିକାଠାରୁ ଅପରାହ୍ନ ପ୍ରାୟ ସାଢେ ତିନିଟା ପର୍ଯ୍ୟନ୍ତ ଜାରି ରହିଥିଲା । ଆଜି ସକାଳେ ଟ୍ରଷ୍ଟର ସଭାପତି ବିଦ୍ୟାଧର ନାଏକ ଶ୍ରୀ ଶ୍ରୀ ସିରିଡି ସାଇଙ୍କ ତୈଳ ଚିତ୍ରରେ ପୂଜାର୍ଚ୍ଚନା କରି ସରବତ ବଂଟନ କାର୍ଯକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଆଜିର ପାଗ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରୁ ଭକ୍ତମାନଙ୍କୁ ଉତ୍ସାହିତ କରିବା ପାଇଁ ଟ୍ରଷ୍ଟର ଏଭଳି ପ୍ରୟାସକୁ ସ୍ଥାନୀୟ ପଥଚାରୀମାନେ ଭୂରି ଭୂରି ପ୍ରଂଶସା କରିଥିଲେ । ହଜାର ହଜାର ପଥଚାରୀମାନଙ୍କୁ ଦହି ସରବତ ଦେଇ ଟ୍ରଷ୍ଟର କାର୍ଯ୍ୟକର୍ତାମାନେ ନିଜକୁ ଧନ୍ୟ ମନେ କରିବା ସହ ଆଗକୁ ଟ୍ରଷ୍ଟ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ କରି ଅନୁଗୋଳବାସୀଙ୍କ ସେବା କରିବାର ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ଉପସଭାପତି ଅଜୟ ତ୍ରିପାଠୀ,କୋଷାଧ୍ୟକ୍ଷ ବେଣୁଧର ପ୍ରଧାନ,ରଞ୍ଜିତ ତ୍ରିପାଠୀ, ଗୋପାଳ ନାଥ,ବିଭୀଷଣ ଚୌଧୁରୀ, ଶିବ ଚରଣ ସାହୁ, ଭରତ ନାଏକ, ସୀତାରାମ ମିଶ୍ର, ଅରୁପ ଦାସ, ଜଗବନ୍ଧୁ ଧଳ, ତରୁଣ ନାଏକ, ସୁନିଲ ପାଳ, ବିଷ୍ଣୁ ଦାସ, କାଳିଆ ରାଉତ, ବିକାଶ ନାଥ, ସୁଜନ ସାହୁ, ପବନା ପଣ୍ଡା, ନିତ୍ୟାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *