ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କାରେ ମହିଳା ମୃତ;ଜଣେ ଗୁରୁତର

ଖୋର୍ଦ୍ଧା ତା ୩ /୧୨(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲା ରାଜସୁନାଖଳା ଗଣେଶ ବଜାର ଠାରେ ଆଜି ପୂର୍ବାହ୍ନ ୧ଘଟିକା ୩୦ ମିନିଟ୍ ସମୟରେ ସିମେଣ୍ଟ ବୋଝେଇ ଟ୍ରକ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ବୋଲଗଡ ବ୍ଳକ ଗର୍ଭଣୀପଡା ଗ୍ରାମର ଭାବଗ୍ରାହୀ ପାଇକରାୟଙ୍କ ସ୍ତ୍ରୀ ସରୋଜିନୀ ପାଇକରାୟ (୨୯ବର୍ଷ) ଆଜି ତାଙ୍କର ସାନ ଭଉଣୀ ଗୀତାଂଜଳି ବିଶ୍ୱାଳଙ୍କ ସ୍କୁଟିନଂ (ଓ.ଡି ୨୫ ୧୫୪୪)ରେ ବସି ଖୋର୍ଦ୍ଧା ଅଭିମୂଖେ ଯାଉଥିବା ବେଳେ ତାର ବୀପରିତ ଦିଗରୁ (ଓ.ଆର..୦୯.ଏନ ୧୧୪୩)ନମ୍ବର ବିଶିଷ୍ଟ ଆସୁଥିବା ସିମେ ବୋଝେଇ ଟ୍ରକ ଅକସ୍ମାତ୍ ଡାହାଣ ପଟକୁ ମାଡିଚାଲିବାରୁୁ ସରୋଜିନୀ ଭୟଭିତ ହୋଇ ସ୍କୁଟିରୁ ଓହ୍ଲାଇ ଜିବାକୁ ପ୍ରୟାସ କରିଥିଲେ। ଫଳରେ ଟ୍ରକର ଦେହରେ ଧକ୍କା ହୋଇ ଆଗ ଚକା ତଳେ ପଡି ଚାପି ହୋଇ ଘଟଣା ସ୍ଥଳରେ ପ୍ରାଣ ବାୟୁ ଉଡିଯାଇଥିଲା। ସରୋଜିନୀଙ୍କ ସାନ ଭଉଣୀ ଗୀତାଂଜଳୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଥାଉକି ସରୋଜିନୀଙ୍କର ପୁଅ (୧୪ବର୍ଷ) ନବମ ଶ୍ରେୀଣୀରେ ପଢୁଥିବା ବେଳେ ଓ ଝିଅ (୫ବର୍ଷ) ଅଙ୍ଗନୱାଡିରେ ପଢୁଛନ୍ତି। ଘଟଣା ଘଟିକା ପରେ ସରୋଜିନୀଙ୍କ ଗ୍ରାମ ବାସୀମାନେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ଉଭୟ ପାଶ୍ୱରେ ଯାନବାହାନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ଖବର ପାଇ ବୋଲଗଡ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନା ସଦଳବଳେ ଦୁର୍ଘଟଣା ସ୍ଥଳକୁ ଆସି ଲୋକମାନଙ୍କୁ ବୁଝାସୁଝା କରି ରେଡ୍କ୍ରସ ପାଣ୍ଠିରୁ ଦଶ ହଜାର ସହାୟତା ସହ ଅନ୍ୟାନ ସରକାରି ସହାୟତା ପ୍ରଦାନ କାରାଯିବାର ଦୃଢ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ସରୋଜିନୀଙ୍କ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ବେଳେ ଏ ନେଇ ବୋଲଗଡ ଥାନାରେ କେସ୍ ୧୫୩/୧୭ ଦଫା ୨୩୯, ୩୦୪(ଏ.) ଆ.ପି.ସି ରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରିରହିଛି।

Leave a Reply

Your email address will not be published. Required fields are marked *