ଅନୁଗୁଳ

ସିମେଂଟ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୁଟ୍ ଅଭିଯୋଗ

ଅନୁଗୋଳ, ୧୪/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଙ୍ଗରାମ ଛକ ନିକଟରେ ବିଶିଷ୍ଟ ସିମେଂଟ ବ୍ୟବସାୟୀ ସୁନିଲ ଅଗ୍ରୱାଲାଙ୍କ ଦୋକାନରୁ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଲୁଟି ନେଇଛନ୍ତି ଦୁବୃର୍ତ। ସୂଚନାରୁ ପ୍ରକାଶ ବ୍ୟବସାୟୀ ସୁନିଲ ଅଗ୍ରୱାଲାଙ୍କ ଭାଇ ମୁକେଶ ଅଗ୍ରୱାଲା ଆଜି ଭୋରରୁ ଦୋକାନ ଖୋଲି ଭିତରକୁ ଯାଉଥିବା ବେଳେ ୪ଜଣ ଦୁବୃର୍ତ ହଠାତ୍ ମୋଟର ସାଇକେଲରେ ଆସି ମୁକେଶଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଦୋକାନ ଭିତରକୁ ନେଇ ଯାଇଥିଲେ। ଏହାପରେ ତାଙ୍କଠାରୁ ଆଲମିରା ଚାବି ନେଇ ୧୦ଲକ୍ଷରୁ ଅଧିକ ନଗଦ ଟଙ୍କା ଲୁଟ କରିଥିଲେ। ଲୁଟ ପରେ ମହେଶଙ୍କ ମୁହଁ, ହାତ ଓ ଗୋଡ଼କୁ ଦଉଡ଼ିରେ ବାନ୍ଧି ଦୋକାନ ଭିତରେ ଛାଡ଼ି ପଳାଇଥିଲେ। କିଛି ସମୟ ପରେ ଦୋକାନରେ କାମ କରୁଥିବା ପିଲା ଜଣକ ଆସି ମାଲିକକୁ ଏପରି ଅବସ୍ଥାରେ ଦେଖିବାପରେ ଉଦ୍ଧାର କରିଥିଲା। ଏହାପରେ ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଏବଂ ସାଇଟିଫିକ୍ ଦଳ ଘଟଣାସ୍ଥଳରେ ପହଂଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷରେ ଏପରି ବଡ଼ ଧରଣର ଲୁଟ୍ ଘଟଣାପରେ ଅନ୍ୟ ବ୍ୟବସାୟୀମାନେ ଆତଙ୍କିତ ହୋଇ ପଡ଼ିଥିବାର ଲକ୍ଷ୍ୟ କରାଯାଇଛି। ତେବେ ସନ୍ଧ୍ୟା ସୁଦ୍ଧା ଦୁବୃର୍ତଙ୍କ ସମ୍ପର୍କରେ ପୋଲିସକୁ କୈାଣସି ସୁରାକ୍ ମିଳି ନଥିବା ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top