ଜିଲ୍ଲା ପରିକ୍ରମା

ସିଭିଲ ଲିବରଟି ଫୋରମର ବୈଠକ

ଯାଜପୁର ୨୦ ମଇ (ଓଡିଆ ପୁଅ/ମାନସ ରାଉତ) ଓଡିଶା ସିଭିଲ ଲିବରଟି ଫୋରମ ପକ୍ଷରୁ ରବିବାର ଚଣ୍ଡିଖୋଲ ଛକଠାରେ ଯାଜପୁର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଫୋରମର ଅଧ୍ୟକ୍ଷ ମେରୁସାଗର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ଫୋରମର ନୃତନ କାର୍ଯ୍ୟକର୍ତ୍ତା ଚୟନ କରାଯିବା ଜିଲାରେ ସୃଷ୍ଟି ହେଉଥିବା ଆଇନଗତ ସମସ୍ୟାକୁ କିପରି ସମାଧାନ କରାଯାଇପାରିବ ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିରେ ଓଡିଶା ହାଇକୋର୍ଟ ଲିଗାଲ ସେଲର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଆଇନଜୀବୀ ଯଜ୍ଞପ୍ରକାଶ ପରିଡାଙ୍କ ନେତୃତ୍ୱରେ ଆସିଥିବା ଜିଲାର ବହୁ ବ୍ୟକ୍ତିଙ୍କୁ ବୈଠକରେ ଫୋରମର ଦାୟୀତ୍ୱ ବଣ୍ଟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ଯାଜପୁର ଜିଲା କାର୍ଯ୍ୟକାରୀ ସଭାପତି ଭାବେ ଦିପକ କୁମାର ଚୌଧୁରୀଙ୍କୁ ମନୋନୀତ କରାଯାଇଥିବା ବେଳେ ରାଜିବ କୁମାର ନାୟକଙ୍କୁ ଜିଲା ସଂଯୋଜକ ଭାବେ ମନୋନୀତ କରାଯାଇଛି। ଫୋରମର କାର୍ଯ୍ୟକ୍ରମକୁ ସାଧାରଣଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ମାସରେ ବୈଠକ ଡକାଯିବ ଏବଂ ସାଧାରଣଲୋକ ମାନେ ବିଭିନ୍ନ ଆଇନଗତ ସମସ୍ୟାରେ ପଡି ହଇରାଣ ହରକତ ହେଉଛନ୍ତି। ସମସ୍ୟାର ସମାଧାନ କିପରି ହୋଇପାରିବ ଫୋରମର ମୂଳଲକ୍ଷ୍ୟ ବୋଲି ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ପ୍ରକାଶ କରିଛନ୍ତି। ଏଥିରେ ବଡଚଣା ମିଡିଆସେଲର କର୍ମକର୍ତ୍ତାଙ୍କ ସହ ଧର୍ମଶାଳା ବ୍ଲକର ଅଣ୍ଟିଆ, ମହିସରା, ମର୍ଜ୍ଜିତାପୁର, ଜେନାପୁର ଏବଂ ବଡଚଣା ବ୍ଲକର ବଡଘୁମୁରୀ, କୁନ୍ଦଳ, ବନ୍ଦାଳୋ, ଖଇରା, ବଡଚଣା ଆଦି ପଞ୍ଚାୟତର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top