ଜିଲ୍ଲା ପରିକ୍ରମା

ସିପିଆଇ(ଏମ-ଏଲ) ଲିବରେସନ ପକ୍ଷରୁ ବିପ୍ଳବୀ ତଥା ସ୍ୱଧିନତା ସଂଗ୍ରାମୀ ପ୍ରଫୁଲ୍ଲ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

ଭଦ୍ରକ, ୧୫ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜିଲ୍ଲା ସଂସ୍କୃତି ଭବନ ଠାରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ସାମ୍ୟବାଦୀ ନେତା ପ୍ରଫୁଲ୍ଲ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ନିରାକାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ  ସିପିଆଇ(ଏମ-ଏଲ)ଲିବରେସନର ଜିଲ୍ଲା ସମ୍ପାଦକ ସମର ବଳ, ସିପିଆଇର ଜିଲ୍ଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଏମର ଜିଲ୍ଲା ସମ୍ପାଦକ ଚନ୍ଦ୍ର ଶେଖର ନାୟକ, ଏସ.ୟୁ.ସି ଆଇର ନେତା ଡ଼ ରମେଶ ନାୟକ, ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦର ଅଧ୍ୟକ୍ଷ ଆଇନଜୀବୀ ଗିରିଧାରୀ ନଥଙ୍କ ମିଳିତ ଆବାହକତ୍ୱରେ ବହୁ ବୁଦ୍ଧିଜୀବୀ, ସାହିତ୍ୟକ ଯୋଗଦାନ କରିଥିଲେ । ସାଥି ପ୍ରଫୁଲ୍ଲ ଦାସ କେବଳ ସ୍ୱଧିନତା ସଂଗ୍ରାମୀ ନଥିଲେ ସେ ଥିଲେ ଜଣେ ପ୍ରଖ୍ୟାତ ଐତିହାସିକ, କ୍ରାନ୍ତିକାରି, କବି ଏବଂ ସାଧାରଣ ଖଟିଖିଆ ନିଷ୍ପେସିତ ମେହନତି  ମଣିଷଙ୍କ ଜୀବନର ଆନେ୍ଦାଳନ ପାଇଁ ସଦା ସର୍ବଦା ସଂଗ୍ରାମ ଜାରୀ ରଖିଥିଲେ । କନିକା ପ୍ରଜା ଆନେ୍ଦାଳନର ସାଥି ପ୍ରଫୁଲ୍ଲ ଦାସ ମହାନ ଯୋଦ୍ଧା ଥିଲେ । ଭାରତର ସସସ୍ତ୍ର ମୁକ୍ତ ସଂଗ୍ରାମର ଜଣେ ଲଢୁଆ ବୀର ଥିଲେ । ସାଥି ୰ଦାସଙ୍କରେ ଅତିତରେ ୧୬ଖଣ୍ଡ ବହି ପ୍ରକାଶିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ   ଶହ ଶହ ବହି ପ୍ରକାଶିତ ହୋଇପାରିନାହିଁ ।ପ୍ରାରମ୍ଭରେ ସାଥି ଜୟନ୍ତୀ ବିଶ୍ୱାଳ,ଶାନ୍ତିଲତା ନାଗ  ବିପ୍ଳବୀ ୰ ଦାସଙ୍କ ସ୍ମୃତିରେ କବିତା ପାଠ କରିଥିଲେ । ଏହି ସଭାରେ ପ୍ରାୟ ୨ଶହରୁ ଉର୍ଦ୍ଧ ବୁଦ୍ଧିଜୀବୀ, ପ୍ରଗତିଶୀଳ ନାଗରିକ, ସାମ୍ବାଦିକ , ମହିଳା, ଯୁବଛାତ୍ର ଯୋଗଦେଇଥିଲେ । ଅନ୍ୟମାନଙ୍କ ଭିତରେ ସିପିଆଇ(ଏମ.ଏଲ) ନେତା ସଂଗ୍ରାମ ବଳ, ବିଜୟ ପଲାଇ, ସଂଜୟ ମହାନ୍ତି, ରଂଜନ କୁମାର ବେହେରା, ଛାତ୍ରନେତା ପ୍ରତାପ ନାୟକ , ସିପିଆଇର ପୁର୍ଣ୍ଣଚନ୍ଦ୍ର ମହାନ୍ତି, ପରମେଶ୍ୱର ବାରିକ, ବିଶିଷ୍ଟ ସାମ୍ୟବାଦୀ ନେତା ବୈଲୋଚନ ଜେନା, ସିପିଏମର ପ୍ରଫୁଲ୍ଲ ପାଢୀ, ରଂଜନ କୁମାର ନାୟକ, ବିଷ୍ଣୁ ଦାସ, ଅଗଣି ଚରଣ ଜେନା, ରାଧା ଦାସ, ଡ଼ ପ୍ରହ୍ଲାଦ ପତି, ଏସୟୁସିଆଇର ରାମଚନ୍ଦ୍ର ଶଙ୍ଖୁଆ, ପ୍ରଗତିଶୀଳ ସାହିତ୍ୟର ପ୍ରଫେସର ଅଟଳ ବିହାରୀ ନାୟକ , ନାରୀନେତ୍ରୀ  ସୁରଜିତା ନାୟକ, ଜୟନ୍ତୀ ବିଶ୍ୱାଳ, ତପସ୍ୱିନି ଦାସ, ସମାଜସେବୀ ଅଜୟ ନାୟକ, ସୁଧାକର ରାଉତ, ପ୍ରଫେସର ନବୀ, ଦୁର୍ଯେ୍ୟାଧନ ନାୟକ ପ୍ରମୁଖ ଉକ୍ତ ଶ୍ରାଦ୍ଧ ସଭାରେ ଯୋଗଦେଇ ୰ ଦାସଙ୍କୁ ସ୍ମୃତି ସୁମନ ଅର୍ପଣ କରିଥିଲେ  ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top