ସିପିଆଇ(ଏମ୍) ପକ୍ଷରୁ ୨୨ତମ ସର୍ବଭାରତୀୟ ଅଧିବେଶନ ନିମନ୍ତେ ପତାକା ଉତ୍ତୋଳନ

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ସିପିଆଇ(ଏମ୍) ଭଦ୍ରକ ଜିଲା  ଶାଖା ପକ୍ଷରୁ ୨୨ତମ ସର୍ବଭାରତୀୟ ଅଧିବେଶନ ଉପଲକ୍ଷେ ଲାଲ ପତାକା ଉତ୍ତୋଳନ କରାଯାଇଥିଲା ।  ବିଶେଷକରି ଆମ ଦେଶର ଗଣତନ୍ତ୍ର, ସମ୍ବିଧାନ, ଭାଇଚାରା ଓ ସଦ୍ଭାବନା ଅସୁରକ୍ଷିତ ହୋଇପଡିଥିବାରୁ ଜନସାଧାରଣଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି ସିପିଆଇ(ଏମ୍) ପକ୍ଷରୁ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଛି ତାର ୨୨ତମ ସର୍ବଭାରତୀୟ ଅଧିବେଶନ । ସେହି ପ୍ରତିଷ୍ଠା ଦିବସ ଓ ଅଧିବେଶନ ପାଇଁ ଏହାକୁ ସଫଳ ରୂପାୟନ ସହ ସୁଦୃଢ ଏକ ଭାଇଚାରା ଜ୍ଞାପନ ନିମନ୍ତେ ଏହି ପତାକାକୁ ଭଦ୍ରକ ସିପିଆଇ(ଏମ୍) ପାର୍ଟିର ବରିଷ୍ଠ ବର୍ଷିୟାନ ଅଭିନ୍ନ ରାଏ ଯୋଗ ଦେଇ ଉତ୍ତୋଳନ କରିଥିଲେ । ଏହି ଉସôବରେ ବିଶିଷ୍ଟ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ନିରଂଜନ ପାଣି, ଗିରିଧାରୀ ନାଥ, ରାଧା ଦାସ, ପ୍ରଫୁଲ୍ଲ ପାଢୀ, ଦିଲ୍ଲୀପ ନାୟକ, ମହେଶ୍ୱର ନାୟକ, ପ୍ରଭାସ ଚନ୍ଦ୍ର ମହାପାତ୍ର, ପ୍ରତାପ କୁମାର ସେଠୀ, ମଣ୍ଟୁ ମୁଣ୍ଡା, ସେକ୍ କମର, ସେକ୍ ଅବଦୁଲ ରହେମାନ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *