ସିନ୍ଧ୍ରୀମାଳ କସ୍ତୁରାବା ଗାନ୍ଧି ବାଳିକା ବିଦ୍ୟାଳୟରେ ଅଗ୍ନିନିର୍ବିପାକ ଓ ପ୍ରାଥମିକ ଚିକିତ୍ସା କର୍ମଶାଳା

ମାଲକାନଗିରି, ୧୯ା୧(ଓଡିଆ ପୁଅ / ଏସ.ଦାଶ ) ମାଲକାନଗିରି ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ସିନ୍ଧ୍ରୀମାଳ ଠାରେ ଥିବା କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଅଗ୍ନି ନିର୍ବାପକ ଓ ପ୍ରାଥମିକ ଚିକିତ୍ସାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଅଗ୍ନିଶମ ଅଧିକାରୀ ସୀମାଚଂଳ ପାଢି ଯୋଗଦେଇ ହଟାତ ଅଗ୍ନି ସଂଯୋଗ ହୋଇଗଲେ କେମତି ରକ୍ଷାପାଇବେ, ଓ ଅଗ୍ନି ନିରୋଧ ଯନ୍ତ୍ର କିପରି ବ୍ୟବହାର କରାଯିବ ଓ ଆହତ ମାନଙ୍କୁ କିପିର ପ୍ରାଥମକି ଚିକିତ୍ସା ଯୋଗାଇ ଦିଆଯିବ ସେନେଇ କହିଥିଲେ। ଦମକଳ ବାହିନୀଙ୍କ ଦ୍ୱାରା ବିଦ୍ୟାଳୟର ଛାତ୍ରୀ ସମସ୍ଥ କର୍ମୀଚାରୀ ମାନଙ୍କୁ କୋଠା ଘରେ ନିଆଁ ଲାଗିଗଲେ କିପରି ଉଦ୍ଧାର ହୋଇ ଅଗ୍ନି ନିର୍ବିପାକ ଓ ନିରାପତା ସ୍ଥାନକୁ କିପରି ସ୍ଥାନାନ୍ତରିତ କରାଯିବ,  ସେ ସଂପର୍କରେ ତାଲିମ ଦେଇ ମକ୍ ଡ୍ରିଲ କରିଥିଲେ ଓ ଆକସ୍ମିକ ଦୁର୍ଘଟଣାର ଶିକାର ହେଲ ତାଙ୍କୁ କିପରି ପ୍ରାଥମିକ ଚିକିତ୍ସା କରି ପରେ ସ୍ଥାନୀୟ ହସପିଟାଲକୁ ନେବାର ବ୍ୟବସ୍ଥା କରା ଯାଇପାରିବ ସେହି ବିଷୟରେ କହିଥିଲେ। ଏହି ଶିବିରରେ ଶିକ୍ଷକ ବିଜୟ କୁମାର ଦାସ, ଉତ୍ତମଚନ୍ଦ୍ର ସାହୁ, ଗୋବିନ୍ଦ ରାୟ, ନିବେଦିତା ବେହେରା, ଶୁଭଶ୍ମିତା କର, ସୁମିତ୍ରା ସତପଥି, ଚିନ୍ମୟୀ ପଣ୍ଡା, ଶ୍ରମିଷ୍ଟା ରାଉତ, ସୁନନ୍ଦା ରାୟ, ଗିତାଜଂଳି ଦୋରା, ଦେତାମାଡକାମି, ଗୌରି ପୁଜାରୀ, ମୋନି ମାଢି, ଜୟଦେବ ନାୟକ ପ୍ରମୁଖ ଙ୍କ ସହ ଶତାଧିକ ଛାତ୍ରୀ ଉପସ୍ଥିତ ରହି ତାଲିମ ନେଇଥିଲେ।

Leave a Reply

Your email address will not be published. Required fields are marked *