ସିନେମାହଲଠାରୁ ମେଡିକାଲ ପର୍ଯ୍ୟନ୍ତ ରାସ୍ତାର ପରିସୀମା ଚିହ୍ନଟ ପ୍ରକ୍ରୀୟା ଆରମ୍ଭ ; କେଉଁଠି ଓସାରିଆ ଓ କେଉଁଠି ଅଣଓସାରିଆ ରାସ୍ତା ଚିହ୍ନଟ !ମାପରେ ଠିକ ହୋଇଛି ତ ?

କୋରାପୁଟ ; ତା୧୭-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ମ୍ୟୁନସିପାଲଟି ଅଧିନରେ ଥିବା ୪ ଟି ରାସ୍ତାକୁ ପୂର୍ତ ବିଭାଗକୁ ମ୍ୟୁନସିପାଲଟି କର୍ତୂପକ୍ଷ ପ୍ରଦାନ କଲାପରେ ଏବେ ରାସ୍ତାର ପରିସୀମା ଚିହ୍ନଟ ପ୍ରକ୍ରୀୟା ଆରମ୍ଭ ହୋଇଛି ।ଗତ ସୋମବାରଠାରୁ ପ୍ରକ୍ରୀୟା ଆରମ୍ଭ କରାଯାଇଛି ।ଏହି ପ୍ରକ୍ରୀୟାରେ ପୂର୍ତ ବିଭାଗର ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର ଓ ବି.ଏନ.ରଥ ଏବଂ କର୍ମଚାରୀ ଓ ତହସିଲ କାର୍ଯ୍ୟାଳୟର ସୁପରଭାଇଚର ଗୋଲକ ବିହାରୀ ପରିଡା , ଆରଆଇ ନକ୍ଷତ୍ରମାଳା ପାଣିଗ୍ରାହୀ , ମାନସ ଜାନି , ଶ୍ରୀଧର ବେହୁରୀ ପ୍ରମୁଖ ଯୋଗଦେଇଥିଲେ ।ଆଜି ତୃପ୍ତି ହୋଟେଲଠାରୁ ରାସ୍ତା ପରିସୀମା ଚିହ୍ନଟ କରାଯାଇଥିଲା ।ତୃପ୍ତି ହୋଟେଲଠାରୁ ପୁଚିଲାସାହି ଛକ ପର୍ଯ୍ୟନ୍ତ କେଉଁଠି ଓସାରିଆ ଓ କେଉଁଠି ଅଣଓସାରିଆ ରାସ୍ତା ପରିସୀମା ଚିହ୍ନଟ କରାଯାଇ ନାଲ ରଙ୍ଗ ମରାଯାଇଥିଲା ।ପୁଚିଲା ସାହିଛକଠାରେ ବହୁତ କମ ରାସ୍ତା ବାହାରିଥିଲା ବୋଲି ଜଣାପଡିଛି ।ଏହି ଛକଟାରେ ସବୁବେଳେ ଟ୍ରାଫିକ ଜାମ ହୋଇଥାଏ ।ଗୋଟିଏ ୪ ଚକିଆ ଯାନ ଉକ୍ତ ବାଟ ଦେଇ ଗଲେ ଚାଲିକରି ଯିବା କଷ୍ଟକର ହୋଇପଡେ ।ଏହି ରାସ୍ତାଦେଇ ମେଡିକାଲକୁ ପ୍ରାୟ ୨୯.୬ ଫୁଟ ରାସ୍ତା କରିବାକୁ ପୂର୍ତ ବିଭାଗ କାର୍ଯ୍ୟ ଆରମ୍ଭ କରିବ ବୋଲି ସମସ୍ତ ପ୍ରସ୍ତୁତ ସେଷ କରିଥିବା ବେଳେ ସରକାରୀ ଭାବେ ମପା ଯାଉଥିବା ରାସ୍ତା ପରିସୀମା ଠିକ ଭାବେ କରାଯାଉଛି ତ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ?ଜିଲ୍ଲା ପ୍ରଶାସନ ଏଥିରେ ହସ୍ତେକ୍ଷପ କରି ରାସ୍ତା ପରିସୀମା ଠିକ ଭାବେ ମାପଚୁପ କରାଯାଉଛି କି ନାହିଁ ତାହାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *