ଜିଲ୍ଲା ପରିକ୍ରମା

ସିନାପାଲି -୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ ସିନାପାଲିରେ ପହଞ୍ଚିଲା ଶକ୍ତି କଳସ

ନୁଆପଡା-୨୮/୧୦-(ଓଡିଆ ପୁଅ/-ହେରମ୍ବ ମେହେର)-ନୁଆପଡା ଜିଲ୍ଲା ସିନାପାଲିରେ ଆଗାମି ୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ ପହଞ୍ଚିଲା ଶକ୍ତି କଳସ । ସିନାପାଲି ଗାୟତ୍ରୀ ମନ୍ଦିର କର୍ମକର୍ତାଙ୍କ ସୁଚନା ଅନୁସାରେ ଆାଗାମି ୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ ଶାନ୍ତିକୁଞ ହରିଦ୍ବାରଙ୍କ ତତ୍ବାବଧାନରେ ହରିଦ୍ବାରରୁ ଆସୁଥିବା ଶକ୍ତି କଳସ ସମୟ ପ୍ରାୟ ୬ ଟାରେ ସିନାପାଲି ନିକଟସ୍ଥ କାପସି ଗ୍ରାମରେ ପହଞ୍ଚିଥିଲା, ସେଠାରୁ ଶକ୍ତିକଳସକୁ ସ୍ବାଗତ କରିବା ସହିତ ସିନାପାଲି ସହର ପରିକ୍ରମାକରି ଗାୟତ୍ରୀମାତାଙ୍କ ମନ୍ଦିରକୁ ପହଞ୍ଚିଲାପରେ ଶକ୍ତିକଳସକୁ ପୁଜାର୍ଚନାକରି ମନ୍ଧିରରେ ସ୍ଥାପନ କରିଯାଇଥିଲା।ଏହି ଶକ୍ତିକଳସର ସ୍ବାଗତ କାର୍ଯକ୍ରମରେ ଅଞ୍ଚଳର ଗାୟତ୍ରୀପରିବାର,ମହିଲାମଣ୍ଡଳ,ଯୁବକସଂଘ,ବୁଦ୍ଧିଯିବି,ଜନସାଧାରଣ,ପୋଳିସ ପ୍ରଶାସନ ତଥା ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top