ଜିଲ୍ଲା ପରିକ୍ରମା

ସିନାପାଲି -ଗଣ୍ଡାବାହାଲି ରେ ନୂଆଖାଇ ଭେଟଘାଟ

ନୂଆପଡା/ସିନାପାଲି- ୮/ ୧୦-(ଓଡିଆ ପୁଅ/ହେରମ୍ବ ମେହେର)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡବାହାଲି ସ୍ଥିତ ଦୁର୍ଗା ପୂଜା ମଣ୍ଡପ ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଭାଇ ଚାରାର ପର୍ବ ହେଉଛି ନୂଆଖାଇ। ଏହି ନୂଆଖାଇ ପର୍ବଟି ସମସ୍ତ ପର୍ବ ପର୍ବପର୍ବାଣି ମାନଙ୍କ ମଧ୍ୟରେ ଅନ୍ୟତମ। ଏହି ନୂଆଖାଇ ପର୍ବର ପରେ ପରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥାଏ। ସେହିଭଲି ଗଣ୍ଡବାହାଲି ସ୍ଥିତ ସାସ୍କୃତିକ କଳାମଣ୍ଡପ ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୈକୁଣ୍ଠ ତାଣ୍ଡି ସଭାପତି ଓ ତ୍ରୀନାଥ ମେହେର ମୁଖ୍ୟ ଅତିଥି ଏବଂ ମହେଶ୍ବର ମେହେର, ହୃଷୀକେଶ ମେହେର, ଜେମାମଣୀ ମେହେର, ତୁଳସୀ ରାମ ସେଠୀ, ବଲବନ୍ତ ଶବର ଓ ହଜାରୀ ପଟେଲ ସମ୍ଭାନୀତ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଗୁପ୍ତେଶ୍ୱର ମେହେର ମଞ୍ଚ ପରିଚାଳନା କରିଥିଲେ।ଶେଷରେ ଶିଲ୍ପୀ ମେଲୋଡି ଦ୍ୱାରା ଡାଲଖାଇ, ଘୁଡୂକା, ତଥା ଆଦିବାସୀ ନୃତ୍ୟ ପରିବେଷଣରେ ଦର୍ଶକ ବିଭୋର ହୋଇଯାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top