ad
ଜିଲ୍ଲା ପରିକ୍ରମା

ସିଦ୍ଧ ମହାବୀର ଲେବଲ୍ କ୍ରସିଂରେ ଓଭରବ୍ରୀଜ୍ ନିର୍ମାଣ ଘୋଷଣା

ପୁରୀ, ୦୩/୦୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିଭିନ୍ନ ସଗଂଠନ ଓ ନାଗରିକ ସଚେତନ ମଚଂପକ୍ଷରୁ ବିଭିନ୍ନ ସମୟରେ ସିଦ୍ଧମହାବୀର ଲେବଲ କ୍ରସିଂ ଉପରେ ଓଭର ବ୍ରୀଜ୍ ନିର୍ମାଣପାଇଁ ବାରମ୍ଭାର ଦାବି ଓ ରାସ୍ତା ରୋକ କରାଯାଇଥିଲା। ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି। ଆଜି ଅପରାହ୍ନରେ ସ୍ୱତନ୍ତ୍ର ସର୍କିଟ୍ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧ ମହାବୀର ଲେବଲ୍ କ୍ରସିଂ ଉପରେ ଓଭରବ୍ରୀଜ୍ ନିର୍ମାଣ ପାଇଁ ଖେଳ ବିଭାଗ ପକ୍ଷରୁ ଅନୁମତି ମିଳିଛି ବୋଲି ପ୍ରକାଶ କରିଥିଲେ। ଏହି ବ୍ରୀଜ୍ ଲମ୍ବ ୫୯୦ ମିଟର ରହିଥିବା ବେଳେ ବ୍ରୀଜ୍ ର ଉଭୟ ପଟରେ ଚଲା ରାସ୍ତା ମଧ୍ୟ କରାଯିବ। ଏଥିନିମନ୍ତେ ୫୩ .୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। କିନ୍ତୁ ବର୍ତମାନ ସୁଦ୍ଧା ଏନ୍ ଏଚ୍ ଏ ଆଇ ଅନୁମତି ଦେଇନଥିବା ଜଣାଯାଇଛି। ସେହିପରି କେନ୍ଦ୍ର ସରକାରଙ୍କର ନ୍ୟାଶନାଲ୍ ରୋଡ୍ ଓ ଟ୍ରାନ୍ସପଟ କମିଶନ ମଧ୍ୟ ଏହି ଓଭର ବ୍ରୀଜ୍ କୁ ସବୁଜ ସଂଙ୍କେତ ଦେଇନଥିବା ଜଣାଯାଇଛି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ରାଜପଥ ବିଭାଗର ଚିପ୍ ଇଜିନିଂୟର ପ୍ରମୋଦ ନାୟକ ଉପସ୍ଥିତ ଥିଲେ। କିନ୍ତୁ ନିର୍ବାଚନ ତାରିଖ ଚଳିତ ମାସର ଦ୍ୱିତୀୟ ସପ୍ତାହ ମଧ୍ୟାରେ ଘୋଷଣା ହେବାକୁ ଥିବା ବେଳେ ଏହି ଓଭରବ୍ରୀଜ୍ ନିର୍ମାଣ କେତଦୂର କାର୍ଯ୍ୟକାରୀ ହେବ ତାହା ସାଧାରଣ ଭୋଟର ମାନଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ନିର୍ବାଚନ ପାଇଁ ଏକ ପ୍ରଚାର ନୁହେଁକି !

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top