ad
କେନ୍ଦୁଝର

ସିଦ୍ଧଗୁମ୍ଫାରେ ମକର ପର୍ବ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ହାଟଡ଼ିହି, ୧୫ / ୧ (ଓଡ଼ିଆ ପୁଅ) : ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ଗୋବର୍ଦ୍ଧନ ପର୍ବତରେ ଥିବା ସିଦ୍ଧଗୁମ୍ଫାରେ ପବିତ୍ର ମକର ପର୍ବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହେଉଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ମକର ମେଳାରେ ପ୍ରଥମ ଦିନରେ ପାଞ୍ଚହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମକର ମେଳାରେ ରାମ, ଲକ୍ଷ୍ମଣ, ସୀତା, ମହାବୀର ହନୁମାନଙ୍କର ମୂର୍ତ୍ତି କରାଯାଇ ପୂଜାର୍ଚ୍ଚନା କରାଯିବା ସହ ରାମାୟଣ ଓ ପାରାୟଣ ପାଠ କରାଯିବା ସହିତ ହୋମଯଜ୍ଞ କରାଯାଇଥିଲା। ପଣ୍ଡିତ ବଳରାମ ସତପଥିଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଥିବାବେଳେ କର୍ତ୍ତାଭାବେ ମାର୍କଣ୍ଡ ସାହୁ, ଘନଶ୍ୟାମ ଧଳ ସାମିଲ ହୋଇଛନ୍ତି। ଏହି ମେଳାରେ ହଜାର ହଜାର ଲୋକଙ୍କ ସମାଗମକୁ ଦେଖି ଉଠାଦୋକାନୀ ମାନେ ସେମାନଙ୍କ ପସରା ମେଲାଇ ବସିଛନ୍ତି। ସମଗ୍ର ଅଞ୍ଚଳଟିକୁ ରଙ୍ଗିନ ଆଲୋକମାଳରେ ସଜ୍ଜିତ କରାଯାଇ ଥିବାବେଳେ ଗୋଲଖ ବିହାରୀ ରାଉତ, କୈଳାଶ କୁମାର ରାଉତ, ରବିନ୍ଦ୍ର କୁମାର ରାଉତ, ପ୍ରମୋଦ ରାଉତ, ରାଜେନ୍ଦ୍ର ପାତ୍ର, ରାଜେନ୍ଦ୍ର ନାରାୟଣ ରାଉତ, ହଳଧର ରାଉତ, ପୁର୍ଣ୍ଣଚନ୍ଦ୍ର ପାତ୍ର, ଅନିଲ ନାୟକ, ଅଶୋକ ପାତ୍ର, ଅଜିତ ରାଉତ, ବୃନ୍ଦାବନ ରାଉତ, ସୁରେନ୍ଦ୍ର କୁମାର ରାଉତ, ମାଧବାନନ୍ଦ ନାୟକ, ଅମୁଳ୍ୟ ରାଉତ, ମଞ୍ଜୁଲତା ରାଉତ, ରବିକାନ୍ତ ପାତ୍ର ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରୁଛନ୍ତି। ହଜାର ହଜାର ଲୋକଙ୍କ ସମାଗମକୁ ଲକ୍ଷ ରଖି କମିଟି ପକ୍ଷରୁ ସମସ୍ତ ପ୍ରକାର ଶାନ୍ତିଶୃଙ୍ଖଳାର ବ୍ୟବସ୍ଥା କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top