ଖେଳ

ସିଦ୍ଦେଶ୍ୱର ବାବା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବୌଦ୍ଧ ଚଂପିଆନ

ରେଢ଼ାଖୋଲ, ୧୦/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ତ୍ରିବଣପୁର ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୨୫ ତମ ଶିଦ୍ଦେଶ୍ୱର ବାବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ବୌଦ୍ଧ ଦଳ ଚଂପିଆନ ହୋଇଛି। ତ୍ରିବଣପୁର ପଞ୍ଚାୟତ ସରପଞ୍ଚ ତଥା ଆୟୋଜକ କମିଟୀର ସଭାପତି ସୂର୍ଯ୍ୟକାନ୍ତ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟ ସଚେତକ ଇଂ ରୋହିତ ପୁଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଂପିଆନ ଓ ରନର୍ସଅପ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ବିତରଣ କରିଥିଲେ। ବଂଶାଜାଲ ସେବା ସମବାୟ ସମିତିର ସଭାପତି ଲକ୍ଷ୍ମଣ ପ୍ରଧାନ, ଭରତାପୁର ପଞ୍ଚାୟତର ସରପଞ୍ଚ ଦୁଃଖ ବନ୍ଧୁ ପ୍ରଧାନ.ଅବସରପ୍ରାପ୍ତ ଶିକ୍ଷକ ବଳଭଦ୍ର ପ୍ରଧାନ ସମ୍ମାନୀତ ଅତିଥି ଭାବେଯାଗ ଦେଇଥିଲେ। ଫଇନାଲ ମ୍ୟାଚଟି ବୌଦ୍ଧ ଓ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ଦଳ ଟସ ଜିଣି ଫିଲଡିଙ୍ଗ କରିବାକୁ ନିଷ୍ପତି ନେଇଥିଲେ। ବୌଦ୍ଧ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୦୭ ରନ ସଂଗ୍ରହ କରିଥିଲେ। ବୌଦ୍ଧ ଦଳର ରାମ କୃଷ୍ଣ ପତି ୨୦ ବଲ ରେ ୨୩ ରନ ସଂଗ୍ରହ କରିଥିବା ବେଳେ କ୍ଷୀରୋଦ ପୁରୋହିତ ୧୧ ବଲରେ ୨୦ ରନ ସଂଗ୍ରହ କରି ଦଳକୁ ମଜଭୁତ ସ୍ଥତିକୁ ନେଇଥିଲେ। ଜବାବରେ ଢେଙ୍କାନାଳ ଦଳ ୧୭ ଓଭରରେ ସମସ୍ତ ଉଇକେଟ ହରାଇ ୧୦୨ ରନ ସଂଗ୍ରହ କରିଥିଲେ। ଦଳର ଅମିତାଭ ୧୪ ବଲ ଖେଳି ୨୫ ରନ ସଂଗ୍ରହ କରିଥିଲେ। ବୌଦ୍ଧ ଦଳର ପ୍ରଦୀପ ପ୍ରଧାନ ଓ ସୋଭନ ଦେବ ବେହେରା ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ପ୍ରଦୀପ କୁମାର ପ୍ରଧାନ ମ୍ୟାନ ଅଫଦି ମ୍ୟାଚ ଓ ସୋଭନ ଦେବ ବେହେରା ମ୍ୟାନ ଅଫଦି ସିରିଜ ଭାବେ ଘୋଷିତ ହୋଇଥିଲେ.। ଟୁର୍ଣ୍ଣା ମେଣ୍ଟରେ ହେମନ୍ତ ଚଂପତି ଶ୍ରେଷ୍ଟ ବ୍ୟାଟସ ମ୍ୟାନ, ସୋଭନ ଦେବ ବେହେରା ଶ୍ରେଷ୍ଟ ବୋଲର ଭାବେ ବିବେଚିତ ହୋଇଥିଲେ। ଆଜିର ଖେଳକୁ ଓସିଏ ସ୍ୱିକୃତି ପ୍ରାପ୍ତ ଅମ୍ପେଆର ବିଶ୍ୱମ୍ବର ମହାରଣା ଓ ଜୟଦେବ ପୃଷେଠ ପରିଚାଳନା କରିଥିବା ବେଳେ ଅନ୍ତର୍ଯ୍ୟାମି ସାହୁ ମ୍ୟାଚ ରେଫରୀ ଥିଲେ। ମକାନନ୍ଦ ମାଝି ସ୍କୋରର ଦାୟିତ୍ୱ ତୁଲାଇ ଥିବାବେଳେ ଗିରିଶ ଚନ୍ଦ୍ର ସାହୁ ଓ ରାମ କୁମାର ବେହେରା ଧାରାବିବରଣି ପ୍ରଦାନ କରିଥିଲେ।ସିଦ୍ଦେଶ୍ୱର ବାବା କ୍ରିକେଟ କ୍ଲବର ରୌପ୍ୟ ଜୟନ୍ତି ଅବସରରେ ଓସିଏ ସ୍ୱିକୃତି ପ୍ରାପ୍ତ ଅମ୍ପେଆର ବିଶ୍ୱମ୍ବର ମହାରଣା ଙ୍କୁ କ୍ଲବ ପକ୍ଷରୁ ମୁଖ୍ୟ ଅତିଥି ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। କ୍ଲବର ସୁମନ୍ତ ମଲ୍ଲିକ, ପ୍ରକାଶ ମଲ୍ଲିକ, ରାମାକାନ୍ତ ପ୍ରଧାନ, ରାକେଶ ପ୍ରଧାନ, ଅନିଲ ରାଉତ, ମିଲନ ପ୍ରଧାନ, ନଗେବନ ପ୍ରଧାନ, ପିତବାସ ପ୍ରଧାନ, ବିଜୟ ବିଶ୍ୱାଳଙ୍କ ସମେତ କ୍ଲବର ସମସ୍ତ ସଭ୍ୟଙ୍କ ସହ ଯୋଗରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top