ସିଡିଏ ର ସମସ୍ତ ସେକ୍ଟରକୁ ଲିଜ ହୋଲ୍ଡରୁ ଫ୍ରୀ ହୋଲ୍ଡ ନକଲେ ବିଜେପି ରାଜରାସ୍ଥା କୁ ଓହ୍ଲାଇବ – ସମୀର ଦେ

କଟକ ୧୪-୦୯ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କଟକ ନଗର ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ୨୦୦୦ ମସିହାରେ ତତ୍କାଳିନ ନଗର ଉନ୍ନୟନ ମନ୍ତ୍ରୀ ଥିବାବେଳେ ସିଡିଏ ଅଧିନରେ ଥିବା ମହାନଦୀ ବିହାର ଅଂଚଳକୁ ଲିଜ ହୋଲ୍ଡରୁ ଫ୍ରୀ ହୋଲ୍ଡ କରାଯାଇଥିଲା। ନିୟମ ଅନୁସାରେ ରାଜସ୍ୱ ବିଭାଗରୁ ଜମି ନେଇ କଟକ ଉନ୍ନୟନ (ସି.ଡି.ଏ) କରାଗଲା, ସ୍ୱରେଜ, ଡ୍ରେନେଜ, ରାସ୍ତା, ଲାଇଟ, ପାଣି ସମସ୍ତ ବ୍ୟବସ୍ଥା କରି ସାଧାରଣ ଲୋକଙ୍କୁ ଜମି ବଂଟନ ବ୍ୟବସ୍ଥା କରିଥାନ୍ତି, ପରବର୍ତି ପର୍ଯ୍ୟାୟରେ ମହାନଗର ନିଗମ (ସି.ଏମ୍.ସି) କୁ ହସ୍ତାନ୍ତର କରିଥାନ୍ତି। ସି.ଏମ୍.ସି ଲୋକଙ୍କ ଠାରୁ ଟିକସ ନିଅନ୍ତି ଏବଂ ସମସ୍ତ ସର୍ବନିମ୍ନ ସୁବିଧାର ସି.ଏମ୍.ସି ଦାୟିତ୍ୱ ନେଇଥାଏ। ସି.ଡି.ଏ, ସି.ଏମ୍.ସିକୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ଆଉ କୌଣସି ଟିକସ ଲାଗୁ କରାନଯିବାର ନିୟମ ରହିଛି। ସି.ଏମ୍.ସି ସି.ଡି.ଏର ସମସ୍ତ ଜମିର ରକ୍ଷଣା ବେକ୍ଷଣ ଦାୟିତ୍ୱ ନେଇ ହୋଲ୍ଡିଂ ଟିକସ ଲାଗୁ କରିବା ପରେ ନିୟମାନୁଯାୟୀ ସି.ଡି.ଏ ଦେଇଥିବା ଲିଜ୍ ହୋଲ୍ଡ ରୁ ଫ୍ରୀ ହୋଲ୍ଡ ହେବାର ଆଇନ୍ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗ ଏବଂ ସି.ଡି.ଏ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯଦି ଏହା ତୁରନ୍ତ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରି ସି.ଡି.ଏ ର ସମସ୍ତ ସେକ୍ଟର ଜମିକୁ ରେଜିଷ୍ଟ୍ରେସନ କରି ଲିଜ ହୋଲ୍ଡରୁ ଫ୍ରୀ ହୋଲ୍ଡ କରାନଯିବ ତେବେ ବିଜେପି ପକ୍ଷରୁ ବ୍ୟାପକ ଆନ୍ଦୋଳନ ହେବ ବୋଲି ଶ୍ରୀ ସମୀର ଦେ ଚେତାବନି ଦେଇଛନ୍ତି। ଏହି ବୈଠକରେ ଦଳର ସାଧାରଣ ସମ୍ପାଦକ ଦୟାନିଧି ଲେଙ୍କା, ସୌରଚନ୍ଦ୍ର ମହାପାତ୍ର, ସବିତା ରଞ୍ଜନ ପଟ୍ଟନାୟକ, ଦେବାଶିଷ ଘୋଷ, ଗୀତାରାଣୀ ଦାସ, ସ୍ମୃତି ପଟ୍ଟନାୟକ, କଳ୍ପନା ପଟ୍ଟନାୟକ, ଚିତରଞ୍ଜନ ଦାସ, ବିବେକ ନାୟକ, ଦିଲ୍ଲିପ ଦାସ, ମନୋରଞ୍ଜନ ସାହୁ, ସତ୍ୟ ମହାନ୍ତି, ଆଚାର୍ଯ୍ୟ, ରଜନୀକାନ୍ତ ଦାସ, ଜ୍ୟୋତି ରଞ୍ଜନ ପଲାଇ, ଲଲାଟେନ୍ଦୁ ଦାସ, ସାର୍ଥକ ରାୟ, ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *