ଜିଲ୍ଲା ପରିକ୍ରମା

ସିଟୁ ଓ ମୋଟର ୱାର୍କର୍ସ ୟୁନିୟନ ପକ୍ଷରୁ ରାଜପଥ ଅବରୋଧ, ୪୨ ଗିରଫ

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – କେନ୍ଦ୍ର ସରକାରଙ୍କ ପରିବହନ ଆଇନ ସଂଶୋଧନକୁ ବିରୋଧ କରି ରାଜ୍ୟବ୍ୟାପୀ ଟ୍ରେଡ ୟୁନିୟନ ଆନେ୍ଦଳନ ପରିପ୍ରେକ୍ଷୀରେ ଭଦ୍ରକ ଚରମ୍ପା ଠାରେ ୧୬ ନଂ ଜାତୀୟ ରାଜପଥକୁ ସିଟୁ ଭଦ୍ରକ ଶାଖା ଓ ଭଦ୍ରକ ମୋଟର ୱାର୍କର୍ସ ୟୁନିୟନ ପକ୍ଷରୁ ଅବରୋଧ କରାଯାଇଥିଲା । ଆଜି ସକାଳ ୬ଟା ଠାରୁ ଶତାଧିକ ଆନେ୍ଦାଳନକାରୀ ଚରମ୍ପା ଓ ବନ୍ତ ଛକରେ ରାଜପଥ ସହିତ ଆପ୍ରୋଚ ରୋଡ ଗୁଡିକ ବନ୍ଦ କରିଥିଲେ । ଯାହା ଫଳରେ ଶହ ଶହ ସଂଖ୍ୟାରେ ଟ୍ରକ, ବସ୍, ଚାରିଚକିଆ ରାଜପଥର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା । କେନ୍ଦ୍ର ସରକାର ସଂସଦ ଅଧିବେଶନରେ ପରିବହନ ଆଇନ ୧୯୮୮ର ସଂଶୋଧନ କରିବାକୁ ଯାଉଛନ୍ତି । ଯେଉଁଥିରେ ଭାରତର ସାର୍ବଭୌମତ୍ୱ ନଷ୍ଟ ହେବ । ମାଟି ମାଆ ଛାତି ଉପରେ ଯାଇଥିବା ରାଜପଥ ବହୁଜାତିକ କମ୍ପାନୀକୁ ଟେକି ଦେବା ଦ୍ୱାରା କେବଳ ଦରଦାମ ବୃଦ୍ଧି ନୁହେଁ ପରିବହନ କ୍ଷେତ୍ରରେ ବହୁ କ୍ଷତି ସମଗ୍ର ଭାରତର ପରିବହନ ଉପରେ ନିର୍ଭରଶୀଳ କର୍ମଚାରୀ ଓ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡିବ ବୋଲି ସିଟୁର ଭଦ୍ରକ ଜିଲ୍ଳା ନେତା ଦିବ୍ୟସିଂହ ନାୟକ ଆରୋପ କରିଛନ୍ତି । ଶ୍ରୀ ନାୟକଙ୍କ ନେତୃତ୍ୱରେ ନରେନ୍ଦ୍ର ଦାସ, ନିରଞ୍ଜନ ପାଣି, ରାଧା ଦାସ,ସେକ ଅବଦୁଲ ସଲାମ, ରବି ଯେନା, ବାବୁଲି ସିଂ, ସେକ କାଲୁ, ଦୀପକ ସେଠୀ, ରମେଶ ଚନ୍ଦ୍ର ରାମ, ଲକ୍ଷ୍ମୀଧର ପହାପାତ୍ର, ଦିଲିପ ନାୟକ, ମହେଶ୍ୱର ନାୟକ, ମଣ୍ଟୁ ମୁଣ୍ଡା, ମଦନ ଘଡେଇ ପ୍ରମୁଖ ବନ୍ତଛକ ଓ ଚରମ୍ପା ଠାରେ ପିକେଟିଂ କରିବା ସହ ଗାଡି ମୋଟରକୁ ଅଟକ ରଖିଥିଲେ । ପରେ ଟାଉନ ପୁଲିସ ଆନେ୍ଦାଳନକାରୀଙ୍କ ମଧ୍ୟରୁ ୪୨ଜଣଙ୍କୁ ଗିରଫ କରି ଟାଉନ ଥାନାକୁ ଆଣିଥିଲା । ଗିରଫଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ଛଡା ଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top