ସିଟିଜିରେ ପ୍ରଥମ ଥର ପାଇଁ ବାଣିଜ୍ୟ ପ୍ରକଳ୍ପ ପ୍ରଦର୍ଶନୀ

କେନ୍ଦୁଝର ୧୦-୧୨ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସହରର ନିଉକଲୋନି ସ୍ଥିତ ସିଟିଜି ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ ତଥା ପରିଚାଳିତ କେନ୍ଦୁଝର ଉଚ୍ଚ ମାଧ୍ୟମିକ ସ୍କୁଲରେ ବାଣିଜ୍ୟ ପ୍ରକଳ୍ପ ପ୍ରଦର୍ଶନୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଡବିଲ କଲେଜ ବାଣିଜ୍ୟ ବିଭାଗର ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟିବା ସହ ମା ତାରେଣୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରକଳ୍ପର ଶୁଭ ଉଦଘଟନ କରିଥିଲେ। ପ୍ରଥମଥର ପାଇଁ ଏଭଳି ପ୍ରଦର୍ଶନୀ ଆୟୋଜନ ଦ୍ୱାରା ପିଲା ମାନଙ୍କର ନୂତନ ନୂତନ ଗଠନ ମୂଳକ ଚିନ୍ତା ଧାରାକୁ ସଂପ୍ରସାରିତ କରିବା ସହ ସେମାନଙ୍କର ଏଥିସହ ସଂଳିଷ୍ଟ ସେମାନଙ୍କୁ ପାଠପଢିବା ଦିଗରେ ଆଗ୍ରହ ସୃଷ୍ଟି କରିବା ସହ ଭବିଷ୍ୟତ ଗଠନ ରେ ସହାୟକ ହେବ ବୋଲି ମତ ରଖିଥିଲେ। ପ୍ରଦୀକ କୁମାର ଜେନା, ବାଲେଶ୍ୱର ର ଭବାନୀ ଶଙ୍କର ମହାକୁଡ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କର ପ୍ରକଳ୍ପ କାର୍ଯ୍ୟ ଓ ଉତର ରେ ଜାହିର କରିବା ସହିତ ସମସ୍ତଙ୍କୁ ସେମାନଙ୍କର ଉତମ ଭବିଷ୍ୟତ ପାଇଁ ପ୍ରେରଣା ଦେଇଥିଲେ। ସିଟିଜି ର ପରିଚାଳକ ତଥା ତଥା ପ୍ରତିଷ୍ଠାତା ରୋଟାରିଆନ ରାଜେନ୍ଦ୍ର କୁମାର ପଲେଇ ସମସ୍ତଙ୍କୁ ସ୍ୱାଗତ କରିବା ସହ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରଦର୍ଶନୀରେ ସମୁଦାୟ ୧୩ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ପ୍ରକଳ୍ପ ଗୁଡିକ ମଧ୍ୟରେ ଆକାଟିଂଙ୍ଗ ପୋ୍ରସେସ, ଟ୍ରେଡ କମରସିଆଲ ବ୍ୟାଙ୍କ, ଯୋରନାଲ ଓ ଲେଜର, ପାଟନର ସିପ, ସେଟ୍ରାଂଲ ବ୍ୟାଙ୍କ, କ୍ୟାସ ବୁକ, ସୋଲ ପର୍ଟନରସିପ ନ୍ୟାସନାଲ ନାଇଜେସନ ଅଫ ବ୍ୟାଙ୍କ, ସବସିଡାରି ବୁକ ଆଦି ଥିଲା। ଅଧ୍ୟାପିକା ମୋନାରାମ, ହେନା ରାଠୋର, ଯାଜ୍ଞସେନି ବାରିକ ଓ ଦେବଜାନୀ ଦାସ ପ୍ରମୁଖ ପ୍ରଦର୍ଶନୀ ପରଚାଳନା ରେ ସହଯୋଗ କରିଥିଲେ। ଯୁକ୍ତ ୩ ବାଣିଜ୍ୟ ର ଛାତ୍ରୀ ସୁଶ୍ରୀ ନିକିତା ପଲାଇ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *