ସିଏ ଜାତୀୟ ସମ୍ମିଳନୀ ୨୦୧୮ ଦେଶର ଅର୍ଥନୀତିରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ – ଧର୍ମେନ୍ଦ୍ର ପ୍ରଧାନ

– ଓଡିଶାରେ ଯୁବ ପୀଢୀକୁ ଉଦ୍ୟମୀ କରିବାରେ ସହାୟକ ହେବାକୁ ପରାମର୍ଶ
କଟକ, ୦୮ ଜୁନ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଦେଶର ଅର୍ଥନୀତି ସବୁଠାରୁ ଉଜ୍ୱଳ ଦେଖା ଯାଉଥିବା ବେଳେ ଦେଶର ଚାଟାର୍ଡ ଆକାଉଣ୍ଟାଣ୍ଟ ସମୁଦାୟର ଭୂମିକା ମଧ୍ୟ ଆହୁରି ଗୁରୁତ୍ୱପୂର୍ଣ ହୋଇଛି ବୋଲି ଚାଟାର୍ଡ ଏକାଉଂଟାଂଟ୍ସ କନଫ୍ରେନ୍ସ -୨୦୧୮କୁ ଉଦଘାଟନ କରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତର ସୁସ୍ଥ ଅର୍ଥନୀତି ଓ ଆର୍ଥିକ ଇକୋ ସିଷ୍ଟମକୁ ଉତମ ଭାବରେ ସମର୍ଥନ ଯୋଗାଇ ଦେଶର ଚାଟାର୍ଡ ଆକାଉଣ୍ଟାଣ୍ଟ ସମୁଦାୟ ସେମାନଙ୍କର ଆର୍ଥିକ ପ୍ରବନ୍ଧନର ନିପୁଣତା ପାଇଁ ବିଶ୍ୱ ସମୁଦାୟର ପ୍ରଶଂସାର ପାତ୍ର ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଦେଶର ଅର୍ଥନୈତିକ ବିକାଶରେ ଚାଟାର୍ଡ ଆକାଉଣ୍ଟାଣ୍ଟ ସମୁଦାୟର ଗୁରୁତ୍ୱପୂର୍ଣ ଭୂମିକା ଥିବା ବେଳେ ଓଡିଶାର ଅମାପ ସମ୍ଭାବନା ତଥା ବର୍ତମାନର ଭାରତ ସରକାରଙ୍କର ଦୃଢ ଭିତିଭୂମି ବିକାଶ ପାଇଁ ଗୁରୁତ୍ୱପୂର୍ଣ ଭୂମିକା ନେଉଛନ୍ତି। ଏପରି ଅନୁକୂଳ ପରିସ୍ଥିତିରେ ରାଜ୍ୟର ଯୁବ ଶକ୍ତିକୁ କେବଳ ଚାକିରୀରେ ସୀମିତ ନ କରି ସେମାନଙ୍କର ମାନସିକତା ଉଦ୍ୟମୀ ହେବା ପାଇଁ ତିଆରି କରିବାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ସମୁଦାୟ ନେଇ ପାରିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିମୁଦ୍ରୀକରଣ ଅର୍ଥନୀତିକୁ ସ୍ୱଚ୍ଛ କରିଛି। ଜିଏସଟି ଦୋହରା କର ବ୍ୟବସ୍ଥାକୁ ସରଳ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *