ସିଏସସି ଦିବସ ପାଳିତ

ଖଡିଆଳ/ନୂାାପଡା-୧୭.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ସ୍ଥିତ ଭିଏଲଇ ସୋସାଇଟି ଅଫିସରେ ଜିଲା ଭିଏଲଇ ସୋସାଇଟି ଏବଂ ନୂଆପଡା ଜିଲା ମ୍ୟାନେଜର ମାନେ ମିଶି ସିଏସସି (କମନ ସାର୍ଭିସ ସେଣ୍ଟର)ଦିବସ ପାଳନ କରିଛନ୍ତି। ଏହି ଅବସରରେ କେକ କାଟି ସ୍ୱାଗତ କରାଯାଇଥିଲା। ପରେ ଖଡିଆଳ ସ୍ଥିତ ମିଶନ ଡାକ୍ତରଖାନାରେ ଏକ ରକ୍ତଦାନ ଶିବିର ଆୟୋଜନ କରି ୧୦ ୟୁନିଟ ରକ୍ତ ପ୍ରଦାନ କରିଥିଲେ। ଏହି ଶିବିରରେ ଜିଲା ମ୍ୟାନେଜର ଗୋବିନ୍ଦ ଚନ୍ଦ୍ର ରଥ, ସନତ ରାଉତ, ସୁଶିଲ ପାତ୍ର, ଭିଏଲଇ ହେମନ୍ତ ମେହେର, ଦେବରାଜ ପଟେଲ, ବିଶାଲ ରଞ୍ଜନ ରଥ, ଉତ୍ତମ ମହାଉତି, ଉପେନ୍ଦ୍ର ସାୁ, ଅନୁଜ ବାରିକ, ଫାଲଗୁନି ନିଆଲ, ଭୋଲା ମହେଶ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ ଡାକ୍ତରଖାନାର ମେଡିକାଲ ଇନଚାର୍ଜ ଡ. ନିବେଦୀତା ପରମାଣିକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *