ସିଏଚସି ହେବା ପରେବି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି ଡେପୁଟେସନ ଡାକ୍ତରଙ୍କ ଦ୍ୱାରା , ସବୁ ଜାଣି ସମସ୍ତେ ନିରବ ଦ୍ରଷ୍ଟା , ସ୍ୱାସ୍ଥ୍ୟସେବା ବ୍ୟାହତ

ବାହାନଗା/ ବାଲେଶ୍ୱର, ୧୪/୦୯(ଓଡିଆ ପୁଅ/ ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ଧନ, ମାନ, ପ୍ରାଣ ପାଇଁ ସୁନାମ ରଚୁଥିଲା ବେଳେ ସ୍ୱାସ୍ଥ୍ର୍ୟ ସେବା କ୍ଷେତ୍ରରେ ପଛୁଆ ରହିଛି । ଏପରିକି ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସେବାରେ ଅବହେଳା ପାଇଁ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏପରିକି ଜିଲ୍ଲା ସଦର ଚିକିସôାଳୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ସେଭଳି ବାହାନଗା ବ୍ଲକରେ ମୁଖ୍ୟ ବାଣିଜ୍ୟ ପେଣ୍ଠସ୍ଥଳୀ ଗୋପାଳପୁରରେ ଅବସ୍ଥିତ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ନକହିବା ଭଲ । କାରଣ ୨୦୦୮ରୁ ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ମାନ୍ୟତା ପାଇଥିଲେବି ଏହାର ସେବା ଏବେବି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ରହିଛି । ଯେଉଁଠି ମେଡ଼ିକାଲ ଇନଚାର୍ଯ୍ୟ ସହ ଆଉ ୩ଜଣ ବିଷେଶଜ୍ଞ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା କଥା । ତେବେ ସବୁଠାରୁ ଗୁରତ୍ୱ ପୂର୍ଣ୍ଣ ବିଷୟ ହେଉଛି ଏଠାରେ ଜଣେ ନିୟମିତ ଡାକ୍ତରଙ୍କ ଦ୍ୱାରା ଦୀର୍ଘଦିନ ଧରି ହସପିଟାଲଟି ଚାଲିଥିବାବେଳେ ଯେତେବେଳେ ଡାକ୍ତର ଜଣକ କୌଣସି ସରକାରୀ ଟ୍ରେନିଂ , କିମ୍ବା ଛୁଟି ନେଇ ନଜି କାର୍ଯ୍ୟରେ ଯାଆନ୍ତି ଡେପୁଟେସନ ଡାକ୍ତରଙ୍କ ଦ୍ୱାରା ଡାକ୍ତର ଖାନାର ଭାର ଦିଆ ଯାଉଥିବାର ଜଣାପଡ଼ିଛି । ଫଳରେ ସାମାନ୍ୟ ଟିକେ ଫାଷ୍ଟଏଡ଼ ପାଇଁ ରୋଗୀଙ୍କୁ ମଧ୍ୟ ସଦର ହସପିଟାଲକୁ ରେଫର କରି ଦିଆଯାଉଥିବାର ପରିଲକ୍ଷିତ ହେଉଛି । ତାପରେବି ପ୍ରମୋସନ ଭିତ୍ତିରେ ଡାକ୍ତର ଜଣକ ଅନ୍ୟତ୍ର ବଦଳି ହୋଇଯିବାର ପ୍ରଚାରିତ ହେଉଛି । ପରିତାପର ବିଷୟ ଏହି ବ୍ଲକର ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ବିରୋଧରେ ଗ୍ରାମବାସୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବଦଳି କରିବା ପାଇଁ ଧରଣାରେ ବସିଥିବା ବେଳେ ସେହି ଡାକ୍ତରଙ୍କୁ ଆଣି ଗୋପାଳପୁର ଭଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେପୁଟେସନରେ ସ୍ୱାସ୍ଥ୍ୟସେବା କରାଯାଉଥିବାର ଜଣାପଡ଼ିଛି । ତେବେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପାଖାପାଖି ୨୦ଟି ପଞ୍ଚାୟତର ଲକ୍ଷାଧିକ ଲୋକ ପ୍ରତ୍ୟକ୍ଷ ଭାବେ ନିର୍ଭର କରନ୍ତି । କିନ୍ତୁ ମେଡ଼ିସିନ ଡାକ୍ତର ଅଥବା ଅନ୍ୟ ବିଷେଶଜ୍ଞ ଡାକ୍ତର ଅଭାବ ଯୋଗୁଁ ରୋଗୀ ମାନେ ବିଭିନ୍ନ ସମୟରେ ବାଲେଶ୍ୱର ଅଥବା ସୋରକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେବା ସହ ମାନସିକ ନିର୍ଯ୍ୟତନା ଭୋଗନ୍ତି । ତେବେ ଏନେଇ ବିଭିନ୍ନ ସମୟରେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଓ ଜିଲ୍ଲାପାଳ ବାଲେଶ୍ୱରକୁ ମେଡ଼ିସିନ ବିଭାଗରେ ଡାକ୍ତରଙ୍କ ନିଯୁକ୍ତି ପାଇଁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ତେବେ ସମସ୍ୟା ନ ସୁଧୁରିବାରୁ ଗୋପାଳପୁର ନାଗରିକ ମଞ୍ଚ ତରଫରୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଧାରଣା ଦିଆ ଯାଇଥିଲା । ସେତେବେଳେ ମଞ୍ଚ ତରଫରୁ ବରିଷ୍ଠ ନାଗରିକମାନେ ଧରଣାରେ ବସିଥିବାରୁ ସମସ୍ୟା ସୁଧୁରିବାକୁ ସେତେବେଳର ଏଡିଏମଓ ଡା. ଚାରୁବାଳା ରଥ ନାଗରିକ ମଞ୍ଚ ସହ ଆଲୋଚନା କରି ଜଣେ ମେଡ଼ିସିନ ସ୍ପେସାଲିଷ୍ଟଙ୍କ ୨ଦିନିଆ ଡେପୁଟେସନରେ ପଠାଯାଇଥିଲା । କିନ୍ତୁ ତାହା ପାଣିର ଗାର ସଦୃଶ ଭଳି ୪ଦିନ ଆସିବା ପରେ ତାଙ୍କୁ ପୁଣି ଅନ୍ୟତ୍ର ନେଇ ଯାଇଥିଲେ । କିନ୍ତୁ ଗତବର୍ଷ ସେପ୍ଟେମ୍ବର ୧୫ସୁଦ୍ଧା ନୂତନ ଡାକ୍ତର ନିଯୁକ୍ତି ହେଲେ ଗୋପାଳପୁରକୁ ନିଶ୍ଚିତ ଡାକ୍ତର ଦିଆଯିବ ବୋଲି ଡାକ୍ତର ରଥ ପ୍ରତିଶୃତି ଦେଇଥିଲେ । ତେବେ ବହୁ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବରିଷ୍ଠ ନାଗରିକଙ୍କୁ ଦିଆ ଯାଇଥିବା ପ୍ରତିଶୃତି ପ୍ରହସନରେ ପରିଣତ ହୋଇଛି । ଏବାବଦରେ ନାଗରିକ ମଞ୍ଚର ଆବାହକ ସୁଦର୍ଶନ ମହାପାତ୍ରଙ୍କୁ ପଚାରିବାରୁ ସେ କହନ୍ତି ଡିପାର୍ଟ ମେଣ୍ଟ ଆମ ସାଙ୍ଗରେ ଖେଳିଛି । ୨ବର୍ଷ ବିତିଯାଇଥିଲେ ମଧ୍ୟ ସିଏଚସିକୁ ସ୍ଥାୟୀ ଡାକ୍ତର ଦେବେ କହି ଦେଇନାହାନ୍ତି ।ଚଳିତ କାଉନସିଲ ପରେ ଯଦି ଡାକ୍ତର ନ ଦିଅନ୍ତି ତାହେଲେ ବ୍ୟାପକ ଭାବେ ଆନେ୍ଦାଳନ କରାଯିବ । ସ୍ଥାୟୀ ଡାକ୍ତର ନ ଆସିବା ଯାଏ ଅନେ୍ଦାଳନରୁ ନ ଉହୁରିବାକୁ ନିଷ୍ପତି ନିଆଯିବ । ଏବାବଦରେ ଜିଲ୍ଲା ଶିକ୍ଷାଧିକାରୀ ଡା. ବିବେକାନନ୍ଦ ଦାସଙ୍କୁ ପଚାରିବାରୁ ସେ କହନ୍ତି ଆନ୍ତା ୧୭ତାରିଖରେ କାଉନ ସେଲିଂ ଅଛି , ତା ପରେ ଜଣାପଡ଼ିବ । ସରକାରଙ୍କର ନିଷ୍ପତି ଆମେ ମାଧ୍ୟମ ମାତ୍ର ।

Leave a Reply

Your email address will not be published. Required fields are marked *