ସିଆରସିସିଙ୍କ ଗାଡିକୁ ଛାତ୍ରଧୋଇବା ଘଟଣାର ତଦନ୍ତ ଆରମ୍ଭ

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ରାଜେନ୍ଦ୍ରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ମଧ୍ୟାହ୍ନରେ ସ୍ଥାନୀୟ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ବାଇକ୍ ଧୋଇବାରେ ବିଦ୍ୟାଳୟର ୨ ଜଣ ଛାତ୍ର ସହଯୋଗ କରୁଥିବା ନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଘଟଣା ଗଣମାଧ୍ୟମ ପ୍ରତିନିଧିମାନଙ୍କ ନଜରକୁ ଆସିବା ପରେ ଘଟଣା ସଂପର୍କରେ ଅଭିଯୋଗ ପାଇ ବ୍ଲକ୍ ଶିକ୍ଷାଧିକାରୀ ଦୀପକ ପାଢୀ ଆଜି ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଜିଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବେହେରା ଏହି ଅଭିଯୋଗକୁ ଅସ୍ୱୀକାର କରି ସେ ନିଜେ ତାଙ୍କର ବାଇକ୍ଟିକୁ ଖେଳଛୁଟିରେ ଧୋଉଥିବାବେଳେ ସ୍ୱତଃ ପ୍ରବୃତ୍ତ ଭାବେ ଦୁଇଜଣ ଛାତ୍ର ତାଙ୍କୁ ସହଯୋଗ କରିଥିବାର କହିଛନ୍ତି। ଏଥିପାଇଁ ସେ କୌଣସି ଛାତ୍ରଙ୍କୁ ଡାକି ତା ଧୋଇବାକୁ କହିନଥିବାର ସଫେଇ ଦେଇଛନ୍ତି। ଏହି ଘଟଣାକୁ ନେଇ ଆଜି ସ୍ଥାନୀୟ ଗ୍ରାମର ଅଭିଭାବକ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *