ଜିଲ୍ଲା ପରିକ୍ରମା

ସିଆରପିଏଫ ଯବାନ ପାଳନ କଲେ ଆନ୍ତର୍ଜାତିକ ଯୋଗ ଦିବସ

ରାୟଗଡା ତା-୨୧/୦୬/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ସାରା ଭାରତ ବର୍ଷରେ ପାଳନ କରାଯାଇଥିବା ବେଳେ ବିଭିନ୍ନ ଦେଶ ବିଦେଶରେ ମଧ୍ୟ ପାଳନ କରାଯାଇଛି। ସେ ମଧ୍ୟରୁ ଓଡ଼ିଶାର ଉପାନ୍ତ ଜିଲ୍ଲା ରାୟଗଡାରେ ମଧ୍ୟ ବେସ ଜୋର ଜାରରେ ପାଳନ କରାଯାଇଛି। ରାୟଗଡା ଜିଲ୍ଲାର ୪ର୍ଥ ବାଟାଲିୟନ ସିଆରପିଏଫ ଯବାନଙ୍କ ମୂଖ୍ୟ କ୍ଯାମ୍ପରେ ବିଭିନ୍ନ ସ୍କୁଲର, କଲେଜ, ସାଧାରଣ ଜନତା ଏବଂ ସିଆରପିଏଫ ଯବାନମାନେ ସମୂହ ଯୋଗ କରିଥିଲେ। ଏପରି ଏକ ବାର୍ତ୍ତା ଦେଇଥିଲେ ଯେ ସୂନ୍ଦର ସ୍ବାସ୍ଥ୍ୟ ପାଇବା ପାଇଁ ଦିନକୁ ଘଣ୍ଟାଏ ସମୟ ଦିଅନ୍ତୁ ବୋଲି ମୁଖ୍ୟ ଅତିଥି ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ଗୁହାପୁନମ ତାପସ କୁମାର କହିଥିଲେ। ସ୍ଵତନ୍ତ୍ର ଅତିଥି ଭାବରେ ଉପଜିଲ୍ଲାପାଳ ପ୍ରବୀଣ କୁମାର ନାୟକ ଏବଂ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହ ଦିତୀୟ କମାଣ୍ଡେଡ ଶ୍ରୀମତୀ ମିତୁ ରୟ ,ଡେପୁଟି କମାଣ୍ଡେଡ ଅଶୋକ କୁମାର ପିଏମ ଏବଂ ଉମା ଶଙ୍କର ପ୍ରସାଦ ଉପସ୍ଥିତ ରହି ଯୋଗ କରିଥିଲେ। ଯୋଗ ଗୁରୁ ଆପ୍ପା ରାଓ ଏବଂ ଦିନେଶ କୁମାର ପ୍ରଶିକ୍ଷଣ ପ୍ରଦାନ କରିଥିଲେ ବୋଲି ସମସ୍ତ ତଥ୍ୟ ସିଆରପିଏଫ ଲୋକ ସୂଚନା ଅଧିକାରୀ ଟିଆର ମିଶ୍ର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top